ମୁମ୍ବାଇ: କମେଡିଆନ୍ ଭାରତୀ ସିଂହଙ୍କ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ତାଙ୍କ ସ୍ୱାମୀ ତଥା ଟିଭି ଆଙ୍କର୍ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି। ହର୍ଷଙ୍କ ଘରୁ ୮୬.୫ ଗ୍ରାମର ଗଞ୍ଜେଇ ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ଶନିବାର ଭାରତୀ ଓ ହର୍ଷଙ୍କ ଘରେ ଏନସିବି ରେଡ୍ କରିଥିଲା, ଯେଉଁଠାରୁ ଗଞ୍ଜେଇ ଜବତ ହୋଇଥିଲା। କେବଳ ଏତିକି ନୁହେଁ, ଏନସିବି ଅଧିକାରୀଙ୍କ ସହ ପଚରାଉଚୁରା ବେଳେ ହର୍ଷ ଓ ଭାରତୀ ଡ୍ରଗ୍ସ ସେବନ କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି।
Haarsh Limbachiyaa, husband of comedian Bharti Singh, arrested by Narcotics Control Bureau (NCB). Singh was arrested yesterday.
NCB raided production office & house of Bharti Singh y'day & recovered 86.5 gms of Ganja from both places. Both of them accepted consumption of Ganja.
— ANI (@ANI) November 22, 2020
ଶନିବାର ଏନସିବି ଭାରତୀ ଓ ହର୍ଷଙ୍କୁ ଘରୁ ଉଠାଇ ନେଇଥିଲା। ଯାହା ପରେ ଏନିସିବି ଅଫିସରେ ସନ୍ଧ୍ୟା ପର୍ଯ୍ୟନ୍ତ ପଚରାଉଚୁରା କରାଯିବା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା। ଭାରତ ଓ ହର୍ଷଙ୍କ ଚାକରକୁ ମଧ୍ୟ ପଚରାଉଚୁରା କରାଯାଇଥିଲା। ଦୁହେଁ ଯେଉଁଠାରୁ ଡ୍ରଗ୍ସ ମଗାଇଥିଲେ, ତା’ର ମଧ୍ୟ ଖବର ଏନସିବି ପାଖରେ ପହଞ୍ଚିସାରିଛି।
ଭାରତୀଙ୍କୁ ଗିରଫ କରିବା ପରେ ତାଙ୍କୁ ସାରା ରାତି ଏନସିବି ଅଫିସରେ ରଖାଯାଇଥିଲା। ଭାରତୀଙ୍କୁ ଭେଟିବା ପାଇଁ ତାଙ୍କ ମା’ ରାତିରେ ଏନସିବି ଅଫିସରେ ପହଞ୍ଚିଥିଲେ, କିନ୍ତୁ ତାଙ୍କୁ ସାକ୍ଷାତ କରିବାକୁ ଦିଆଯାଇନଥିଲା। ଆଜି ଭାରତୀଙ୍କୁ କୋର୍ଟରେ ହାଜର କରାଯିବ।
The post କମେଡିଆନ୍ ଭାରତୀ ସିଂହଙ୍କ ସ୍ୱାମୀ ବି ଗିରଫ appeared first on Odisha Reporter.
from Odisha Reporter https://ift.tt/3kXqOyd
No comments:
Post a Comment