ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ। ସେ କହିଛନ୍ତ, ‘ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରୁଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକଶ ପାଠକଙ୍କ ସହ ପ୍ରଦୀପଙ୍କ ସମ୍ପୃକ୍ତି ରହିଛି ।”
ସେ ଆହୁରି କହିଛନ୍ତି ଯେ, ପ୍ରଦୀପଙ୍କ ଭାବି ଜ୍ୱାଇଁ ଗୋପାଲପୁରର ବିଭିନ୍ନ ଲୋକଙ୍କୁ ଚାକିରି ଦେବା ନାଁରେ ଠକିଛନ୍ତି । ଭିଜିଲାନ୍ସ ବାପା-ପୁଅଙ୍କ ଠାରୁ ବିପୁଳ ସମ୍ପତ୍ତି ଠାବ କରିଛି । ରାଜନୈତିକ ପ୍ରୋତ୍ସାହନ ବିନା ଏସବୁ ସମ୍ଭବ ନୁହେଁ । ଏଥିରେ ବିଧାୟକଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଗନ୍ଧ ବାରି ହୋଇପଡୁଛି । ଚାକିରି ହେଉ ଅବା ଦୁର୍ନୀତି ଏସବୁ ଜନବିରୋଧୀ କାର୍ଯ୍ୟ । ପୂର୍ବରୁ ମଧ୍ୟ ପ୍ରଦୀପଙ୍କ ନିର୍ବଚନ ମଣ୍ଡଳିର ଲୋକେ ତାଙ୍କ ବିରୋଧରେ ବହୁବହାର ଅଭିଯୋଗ ଆଣିଛନ୍ତି । ନବୀନ ଜଣେ ନିର୍ମଳ ଭାବମୂର୍ତ୍ତି ଲୋକ । ସେ ଧୁଳି ଟିକ ପଡିଲେ ବି ସହ୍ୟ କରିପାରିବେ ନାହିଁ । ତେଣୁ ସେ ପ୍ରଦୀପଙ୍କୁ ଦଳରୁ ବିଦା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦେକ୍ଷପକୁ ମୁଁ ସ୍ୱାଗତ କରୁଛି ବୋଲି ଚ୍ୟାଉପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଛି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବିଦା କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍ରେ କୁହାଯାଇଛି।
The post ‘ପ୍ରଦୀପଙ୍କ ଭାବି ଜ୍ୱାଇଁ ଲୋକଙ୍କୁ ଠକିଛନ୍ତି, ତାଙ୍କର ସମ୍ପୃକ୍ତି ବାରି ହୋଇପଡୁଛି’ appeared first on Odisha Reporter.
from Odisha Reporter https://ift.tt/3qatPiJ
No comments:
Post a Comment