ବରଗଡ଼(ଓଡ଼ିଶା ରିପୋର୍ଟର):ପୂର୍ବ ଶତ୍ରୁତା ଓ ସାମାନ୍ୟ ବଚସାକୁ ନେଇ ବରଗଡ଼ ସଦର ଥାନା ଧାଙ୍ଗେର ଗାଁରେ ତୁମୁଳ କାଣ୍ଡ ଘଟିଯାଇଛି। ଧାଙ୍ଗେର ଗାଁରେ ଥିବା ଏକ ଆଲମିରା କାରଖାନାରେ ୪୦ରୁ ୫୦ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ପଶି ଭଙ୍ଗାରୁଜା କରିବା ସହ ମ୍ୟାନେଜର ଓ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହ ସେମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ମ୍ୟାନେଜର ଗୁରୁତର ହୋଇଛନ୍ତି।
ଆଲମିରା ଫ୍ୟାକ୍ଟ୍ରିର ମାଲିକ ଥାନରେ କରିଥିବା ଅଭିଯୋଗ ଅନୁଯାୟୀ, ଧାଙ୍ଗେର ଗାଁର କିଛି ଲୋକ ଅଚାନକ କାରଖାନା ଭିତରକୁ ପଶି ଆସିଥିଲେ। ଏହାପରେ ମ୍ୟାନେଜର, କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆଲମିରା ଏବଂ ବାହାରେ ଥିବା କାର୍, ବାଇକ୍କୁ ଭାଙ୍ଗି ଚୁରମାର କରିଛନ୍ତି। ଏପରିକି ସେମାନେ ଫ୍ୟାକ୍ଟ୍ରିରେ ଥିବା ୩ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଛନ୍ତି ।
ଗୁରତର ଅବସ୍ଥାରେ କାରଖାନା ମ୍ୟାନେଜରଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।
The post ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଆଲମିରା ଫ୍ୟାକ୍ଟ୍ରିରେ ବ୍ୟାପକ ଭଙ୍ଗାରୁଜା appeared first on Odisha Reporter.
from Odisha Reporter https://ift.tt/2IRczOg
No comments:
Post a Comment