ବେଙ୍ଗଲରେ ଥମୁନି ହିଂସା, ଏଥର ଟିଏମସି କର୍ମୀଙ୍କ ମୁଣ୍ଡ ଗଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ବେଙ୍ଗଲରେ ଥମୁନି ହିଂସା, ଏଥର ଟିଏମସି କର୍ମୀଙ୍କ ମୁଣ୍ଡ ଗଡ଼ିଲା

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଓ ଶାସକ ଟିଏମସି ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ଦିନକୁ ଦିନ ବିବାଦ ହିଂସାତ୍ମକ ରୂପ ନେଉଥିବାରୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। କେତେବେଳେ ରାଜନୀତିକ ଶତ୍ରୁତା କାରଣରୁ ବିଜେପି କର୍ମୀଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଟିଏମସି କର୍ମୀ ସମାନ ଦଶା ଭୋଗୁଛନ୍ତି। ଏହାକୁ ନେଇ ପୂରା ବେଙ୍ଗଲ ଏବେ ଅଶାନ୍ତ ହୋଇ ଉଠିଛି।

ହିଂସାକାଣ୍ଡ ଥମି ନଥିବା ବେଳେ ଉତ୍ତର ୨୪ ପ୍ରଗଣାର ଜଗଦାଲ ଅଞ୍ଚଳରେ ଜଣେ ଟିଏମସି କର୍ମୀଙ୍କୁ ଅତ୍ୟ ଭୟଙ୍କର ଢଙ୍ଗରେ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ସେହିପରି ତିତାଗ୍ରହ କୋୟରାପୁରଠାରେ ବିଜେପିର ଗୋଟିଏ ଅଫିସରେ କେହି ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛି। ଏହି ଦୁଇଟି ଘଟଣାକୁ ନେଇ ବିଜେପି ଓ ଟିଏମସି ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି।

ଟିଏମସି ପାଇଁ ଭତପପରା ପୌରପାଳିକାର ୧୨ ନମ୍ବର ୱାର୍ଡରେ ୨୬ ବର୍ଷୀୟ ଆକାଶ ପ୍ରସାଦ କାମ କରୁଥିଲେ। ଏହି ଅଞ୍ଚଳଟି ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଗଡ଼ ଭାବେ ପରିଚିତ। ତଥାପି ଆକାଶ ନିଜ ଦଳ ଟିଏମସି ପାଇଁ ଏଠାରେ କାର୍ଯ୍ୟ ଜାରି ରଖିଥିଲେ। ଏହି କାରଣରୁ ଅନେକ ସମୟରେ ବିଜେପି କର୍ମୀମାନଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥାଏ।

ବୁଧବାର ରାତିରେ ହଠାତ୍‌ ଆକାଶଙ୍କ ପାଖକୁ ଗୋଟିଏ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ଘରୁ ବାହାରକୁ ଆସିବା ପାଇଁ କହିଥିଲେ। ହେଲେ ଏହାକୁ ଆକାଶ ଶୁଣିଥିଲେ। ଫୋନ କଟିବାର କିଛି ସମୟ ପରେ ସ୍ଥାନୀୟ ଅଞ୍ଚଳର ଅଶୋକ ଶ’ ନାମକ ଜଣେ ଯୁବକ ତାଙ୍କ ଘରେ ପଶି ଆକାଶଙ୍କୁ ଘୋଷାରି ଆଣିଥିଲା।

କିଛି ଘଣ୍ଟା ପରେ ଆକାଶଙ୍କ ରକ୍ତାକ୍ତ ମୃତଦେହ ମିଳିଛି। ରାତି ପ୍ରାୟ ୧୧.୩୦ରେ ଏହି ଘଟଣା ଘଟିଥିଲା। ଘରଠାରୁ ମାତ୍ର ୩୦୦ ମିଟର ଦୂରରେ ଆକାଶଙ୍କ ମୃତଦେହ ପଡ଼ିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଶୋକକୁ ପୁଲିସ ଗିରଫ କରିଛି।

ଘଟଣା ପାଇଁ ଟିଏମସି ପକ୍ଷରୁ ବିଜେପିକୁ ଦାୟୀ କରାଯାଇଛି। ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଲଥକ ଏଭଳି କାଣ୍ଡ ଭିଆଇ ଥିବା ଟିଏମସି ନେତମାନେ ଅଭିଯୋଗ କରିଛନ୍ତି।

The post ବେଙ୍ଗଲରେ ଥମୁନି ହିଂସା, ଏଥର ଟିଏମସି କର୍ମୀଙ୍କ ମୁଣ୍ଡ ଗଡ଼ିଲା appeared first on Odisha Reporter.



from Odisha Reporter https://ift.tt/3kJer9b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages