ରାସ୍ତାରେ ଛିଡ଼ା ହୋଇଥିଲେ ୨ ଭାଇ, ଦୁର୍ବୃତ୍ତ କଲେ ଅତର୍କିତ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ରାସ୍ତାରେ ଛିଡ଼ା ହୋଇଥିଲେ ୨ ଭାଇ, ଦୁର୍ବୃତ୍ତ କଲେ ଅତର୍କିତ ଆକ୍ରମଣ

ଅନୁଗୋଳ(ବିରଜା ପ୍ରସାଦ ଦାସ): ରାସ୍ତାରେ ୨ ଭାଇ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଟଳି ପଡ଼ିଲେ ଜଣେ ଭାଇ। ଅନ୍ୟ ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାଯାଇଛି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଅନୁଗୋଳ ଥାନା ମୁଷାପାପୁଲି ଗାଁ ନିକଟରେ ଘଟିଛି।

ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ  ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇ ଭାଇ ଦୁଃଶାସନ ସେନାପତି ଓ ଦୁଷ୍ମନ୍ତ ସେନାପତି ଛିଡ଼ା ହୋଇଥିଲେ। ତେବେ ହଠାତ କିଛି ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି ଫୁଟାଇବା ସହ ଉଭୟଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ ।  ଆକ୍ରମଣରେ ଦୁଷ୍ମନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଦୁଃଶାସନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

The post ରାସ୍ତାରେ ଛିଡ଼ା ହୋଇଥିଲେ ୨ ଭାଇ, ଦୁର୍ବୃତ୍ତ କଲେ ଅତର୍କିତ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/2HZmNvz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages