୩୨ ବର୍ଷରେ ପାଦ ଥାପିଲେ ବିରାଟ୍‌ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

୩୨ ବର୍ଷରେ ପାଦ ଥାପିଲେ ବିରାଟ୍‌ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲି ଆଜି ୩୨ ବର୍ଷରେ ପାଦ ଥାପିଛନ୍ତି। ଅର୍ଥାତ୍ କୋହଲି ଆଜି ନିଜର ଜନ୍ମଦିନ ପାଳୁଛନ୍ତି। ନଭେମ୍ବର ୫, ୧୯୮୮ରେ ଜନ୍ମିତ କୋହଲି ଆଜି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ନିଜକୁ ଛିଡ଼ା କରିଛନ୍ତି। ଏପରିକି କିଛି ତାଙ୍କୁ କିଙ୍ଗ୍ କୋହଲି ଓ ରନ୍ ମେଶିନ୍ କୋହଲି ନାମରେ ସମ୍ବୋଧିତ କରନ୍ତି।

ବିରାଟ୍‌ କୋହଲି ଭାରତକୁ ମାଲେସିଆରେ ଆୟୋଜିତ ଅଣ୍ଡର୍-୧୯ ୱାର୍ଲ୍ଡ କପ୍ ଜିତାଇ ସର୍ବପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ବିରାଟ୍ କୋହଲି ସେହି ଟିମର କ୍ୟାପଟେନ୍ ଥିଲେ, ଯେଉଁଥିରେ ରବୀନ୍ଦ୍ର ଜାଡେଜା ଓ ମନୀଷ ପାଣ୍ଡଙ୍କ ଭଳି ଖେଳାଳି ଥିଲେ। ସେହିବର୍ଷ ବିରାଟ୍ କୋହଲିଙ୍କର ଚୟନ ଟିମ୍ ଇଣ୍ଡିଆ ପାଇଁ ହୋଇଥିଲା ଏବଂ ସେ ନିଜର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। କୋହଲିଙ୍କ ଚୟନ ପ୍ରଥମେ ରିଜର୍ଭ ବ୍ୟାଟ୍ସମ୍ୟାନ୍ ଭାବେ ହୋଇଥିଲା, କିନ୍ତୁ ଶୀଘ୍ର ସେ ନିଜର ପ୍ରତିଭା ସାବ୍ୟସ୍ତ କରି ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବେ ଟିମରେ ନିଜ ସ୍ଥାନ ପକ୍କା କରିନେଇଥିଲେ।

ବିରାଟ୍‌ କୋହଲି ନିଜର ପ୍ରାରମ୍ଭିକ କ୍ୟାରିୟରରେ ଭାରତକୁ ଅନେକ ନିର୍ଣ୍ଣାୟକ ବିଜୟରେ ସାମିଲ୍‌ ହୋଇଛନ୍ତି। କୋହଲି ଭାରତର ୨୦୧୧ ୱାର୍ଲ୍ଡ କପ୍ ଓ ୨୦୧୩ର ଚାମ୍ପିୟନ୍ସ ଟ୍ରଫି ବିଜେତା ଟିମରେ ସାମିଲ୍ ଥିଲେ। ୨୦୧୧ରେ ଭାରତୀୟ ଟେଷ୍ଟ ଟିମରେ ଡେବ୍ୟୁ କରିଥିବା କୋହଲିଙ୍କୁ କ୍ୟାରିୟରର ଆରମ୍ଭରୁ ହିଁ ଦିନିକିଆ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ କୁହାଯାଉଥିଲା, କିନ୍ତୁ ସେ ଏହାକୁ ଭୁଲ୍ ପ୍ରମାଣିତ କରିଥିଲେ। ବିରାଟ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଶତକ ମାରି ପ୍ରମାଣିତ କରିଥିଲେ ଯେ ସେ କୌଣସି ଗୋଟିଏ ନୁହେଁ ବରଂ ସବୁ ଫର୍ମାଟର କିଙ୍ଗ୍ ହେବାକୁ ଯାଉଛନ୍ତି।

୨୦୧୩ରେ କୋହଲି ପ୍ରଥମଥର ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ବ୍ୟାଟ୍ସମ୍ୟାନ୍ ଭାବେ ନିଜକୁ ପ୍ରମାଣିତ କରିବା ପରେ କୋହଲିଙ୍କୁ ଉପହାର ସ୍ୱରୂପ ଟିମ୍ ଇଣ୍ଡିଆର ଭାଇସ୍-କ୍ୟାପଟେନ୍ ଦାୟିତ୍ୱ ମିଳିଥିଲା। ଏହାର ଦୁଇବର୍ଷ ପରେ ମହେନ୍ଦ୍ର ସିଂ ଧୋନିଙ୍କର ଅଚାନକ୍ ଟେଷ୍ଟ ଟିମ୍ ଛାଡ଼ିବା ପରେ କୋହଲିଙ୍କୁ କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି କୋହଲି ୨୦୧୭ରେ ତିନୋଟି ଯାକ ଫର୍ମାଟରେ କ୍ୟାପଟେନ୍ ହୋଇଥିଲେ।

କୋହଲି ନିଜ ବ୍ୟାଟିଂ ଦ୍ୱାରା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ଅନେକ ରେକର୍ଡ ଭାଙ୍ଗିବା ସହ ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତ ୮୦୦୦, ୯୦୦୦, ୧୦ହଜାର ଓ ୧୧ହଜାର ରନ୍ କରିବାର ରେକର୍ଡ ନିଜ ନାଁରେ କରିଥିଲେ। କିନ୍ତୁ କେବେବି ନିଜ ନେତୃତ୍ୱରେ ଟିମ୍ ଇଣ୍ଡିଆକୁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତାଇପାରି ନାହାନ୍ତି। ୨୦୧୭ରେ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ଏବଂ ୨୦୧୯ରେ ଖେଳାଯାଇଥିବା ସେମିଫାଇନାଲରେ ପହଞ୍ଚିଥିଲା।

ବିରାଟ୍ ଭାରତ ପକ୍ଷରୁ ୮୬ ଟେଷ୍ଟ, ୨୪୮ ଦିନିକିଆ ଓ ୮୨ ଟି-୨୦ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି। ସେ ଟେଷ୍ଟରେ ୫୩.୬୨ ହାରରେ ୭୨୪୦ ରନ୍ କରିଛନ୍ତି, ଯେଉଁଥିରେ ୨୭ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ୍‌ ଅଛି। ସେହିପରି ଦିନିକିଆରେ କୋହଲି ୫୯.୩୩ ହାରରେ ୪୩ ଶତକ ଓ ୫୮ ଅର୍ଦ୍ଧଶତକ ସହ ୧୧୮୬୭ ରନ୍ କରିଛନ୍ତି। ଟି-୨୦ରେ ତାଙ୍କ ନାଁରେ ୫୦.୮୦ ହାରରେ ୨୭୯୪ ରନ୍ କରିଛି, ଯେଉଁଥିରେ ୨୪ଟି ଅର୍ଦ୍ଧଶତକ ସାମିଲ୍‌ ରହିଛି।

The post ୩୨ ବର୍ଷରେ ପାଦ ଥାପିଲେ ବିରାଟ୍‌ କୋହଲି appeared first on Odisha Reporter.



from Odisha Reporter https://ift.tt/2Ia6aNC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages