ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 20, 2020

ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ହୋଇଥିବା ବେଳେ ଏହି ବିବାଦ କ୍ରମଶଃ ପ୍ରଶମିତ ହେଉଥିବା ଜଣାଯାଇଛି। ଦୀର୍ଘ ଆଠଦିନର ରାସ୍ତାରୋକ ହଟାଇବା ପରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମ୍ବାଇ ପଂଚାୟତର ସୁନାବେଡା ଗ୍ରାମ ନିକଟବର୍ତ୍ତୀ ଓଡିଶା ଓ ଆନ୍ଧ୍ର ସୀମାରେ ଏବେ ଉତ୍ତେଜନା ଶାନ୍ତ ପଡିଛି ।

ଆନ୍ଧ୍ରପ୍ରଦେଶର ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧକୁ ହଟାଯିବା ପରେ ଗତ ଗୁରୁବାର କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ରାଜସ୍ୱ ଅଧିକାରୀ ସୀମା ଅଞ୍ଚଳକୁ ଯାଇ ମାପଚୁପ ଆରମ୍ଭ କରିଥିଲେ । ସୀମାରେ ଥିବା ଓଡ଼ିଶାର ସୀମା ସୂଚକ ପଥର ସ୍ତମ୍ଭକୁ ମଧ୍ୟ ଠାବ କରିଥିବା ସେମାନେ ଜଣାଇଥିଲେ ।

ଏହାପରେ ଗତକାଲି ଆନ୍ଧ୍ରପ୍ରଦେଶ ତରଫରୁ ମଧ୍ୟ ଅନୁରୂପ ଭାବେ ସୀମାରେ ଧଳା ଚୂନରେ ଏକ ଗାର ଟାଣି ଧଳା ପତକା ଉଡାଯାଇଥିବା ଦେଖାଯାଇଛି ।

ଆନ୍ଧ୍ରପ୍ରଦେଶର କୋଲୁର ପଂଚାୟତ ସରପଞ୍ଚ ସୁନ୍ଦର ରାଓଙ୍କ କହିବା ଅନୁଯାୟୀ, ଏହା ସରକାରୀ ଅଧିକାରୀଙ୍କ ଦ୍ୱାରା ଲଗାଯାଇଛି। ହେଲେ ଅସମର୍ଥୀତ ସୂତ୍ରରୁ ଏହି କାର୍ଯ୍ୟ  ଜନସାଧାରଣଙ୍କ ଦ୍ୱାରା କରାଯାଇଥିବା ପ୍ରକାଶ । ତେବେ ଏହା ସାଧାରଣ ଲୋକଙ୍କ କାମ ନା ସରକାରୀ ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

The post ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା appeared first on Odisha Reporter.



from Odisha Reporter https://ift.tt/3lRrMgY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages