ଶପିଂ ମଲରେ ଗୁଳିକାଣ୍ଡ: ୮ ଆହତ, ଅଭିଯୁକ୍ତ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 20, 2020

ଶପିଂ ମଲରେ ଗୁଳିକାଣ୍ଡ: ୮ ଆହତ, ଅଭିଯୁକ୍ତ ଫେରାର

ନ୍ୟୁୟର୍କ: ଆମେରିକା ସ୍ଥିତ ଓ୍ୱିସକୋନସିନ୍ ମେଫଲ୍ଡି ଶପିଂ ମଲ୍‌ରେ ଗୁଳିକାଣ୍ଡ ଘଟିଛି। ଶୁକ୍ରବାର ଏହି ଘଟଣା ଘଟିଛି। ଏଥିରେ ଆଠ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ସମସ୍ତଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ କାହାରି ମୃତ୍ୟୁ ଘଟି ନାହିଁ ବୋଲି ସ୍ଥାନୀୟ ମେୟର କହିଛନ୍ତି।

ଗୁଳିକାଣ୍ଡ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସଂପୃକ୍ତ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇ ଘଟଣାର ତଦନ୍ତ କରୁଛି। ତେବେ ପୁଲିସ୍ ଅପରାଧୀଙ୍କୁ ଧରିପାରିନି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଗୁଳି ଚଳାଇଥିବା ବ୍ୟକ୍ତିର ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ। ପୁଲିସ ଏବେ ସେଠାରେ ଥିବା ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଲାଇଛି।

The post ଶପିଂ ମଲରେ ଗୁଳିକାଣ୍ଡ: ୮ ଆହତ, ଅଭିଯୁକ୍ତ ଫେରାର appeared first on Odisha Reporter.



from Odisha Reporter https://ift.tt/2IMKLLu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages