ବଡ଼ଭାଇକୁ ପିଟିପିଟି ମାରିଦେଲା ସାନଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ବଡ଼ଭାଇକୁ ପିଟିପିଟି ମାରିଦେଲା ସାନଭାଇ

ବୀରମିତ୍ରପୁର (ରାକେଶ ସାହୁ): ବଡ଼ଭାଇକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସାନଭାଇ। ଏହି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟ୍ରିଖମନ ପଞ୍ଚାୟତର ହରପାଲି ଗାଁରେ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଖୁ ଲାକ୍ରା। ତାଙ୍କୁ ୩୫ ବର୍ଷ ହୋଇଥିଲା। ପୁଲିସ୍‌ ଅଭିଯୁକ୍ତ ବନ୍ଧନୁ ଲାକ୍ରା (୨୮)କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଗତକାଲି ସୁଖୁ ଓ ବନ୍ଧନୁ ମଧ୍ୟରେ ଘରର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ ବନ୍ଧନୁ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ଏବଂ ଏକ କାଠ ଫାଳିଆରେ ସୁଖୁଙ୍କ ମୁଣ୍ଡକୁ ପ୍ରହାର କରିଥିଲେ।

ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ସୁଖୁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍‌ପିଟାଲ୍‌ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୁଖୁଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା। କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ବନ୍ଧନୁକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି।

The post ବଡ଼ଭାଇକୁ ପିଟିପିଟି ମାରିଦେଲା ସାନଭାଇ appeared first on Odisha Reporter.



from Odisha Reporter https://ift.tt/3kx7OGJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages