ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ମାସରୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତ ପରିବାରର ଜନଗଣନା। ସାମାଜିକ ଓ ଅର୍ଥନୈତିକ ଆଧାରରେ ଏହି ସର୍ଭେକ୍ଷଣ କରାଯିବ । ଏଥର ଜନଗଣନା ରିପୋର୍ଟ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେବ । ତିନି ମାସ ଧରି ଏହି ସର୍ଭେ ଚାଲିବ । ରିପୋର୍ଟ ଆସିବା ପରେ ତାହାକୁ ଆଧାର କରି ସେବାୟତଙ୍କ କଲ୍ୟାଣ ପାଇଁ ସହାୟତା ଯୋଗାଇ ଦିଆଯିବ ।
ବିଶେଷ କରି ଗରିବ ସେବାୟତଙ୍କୁ ବାସଗୃହ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ସର୍ଭେ କାର୍ଯ୍ୟ ପାଇଁ ୨୫ଟି ଟିମ୍ ଗଠନ କରାଯିବ । ଟିମ୍ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ସର୍ଭେକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯିବ । ଏଥିସହ ସେବାୟତଙ୍କୁ ପେନସନ ପ୍ରଦାନ ଓ ଶିକ୍ଷା ବ୍ୟବସ୍ଥା ଆଦି କଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଉନ୍ନୟନ ପ୍ରଶାସକ, ନିତି ପ୍ରଶାସକ ଓ ସର୍ଭେ ଦାୟିତ୍ୱ ନେଇଥିବା ସଂସ୍ଥା ନବକୃଷ୍ଣ ଚୌଧୁରୀ ଡେଭେଲପମେଣ୍ଟ ଓ ଷ୍ଟଡିଜ ସଂସ୍ଥାର ପ୍ରତିନିଧି ସାମିଲ ହୋଇଥିଲେ ।
ପ୍ରତି ୩ ବର୍ଷର ଥରେ ସର୍ଭେ ପାଇଁ ସ୍ଥିର ହୋଇଥିବା ବେଳେ ଗତ ୨୦୧୪ରେ ଶେଷ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା । ଗତ ୬ ବର୍ଷ ହେଲା ସର୍ଭେ ହୋଇ ନ ଥିବାରୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏଥିନିମନ୍ତେ ଅନୁମତି ଦେଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।
ନବକୃଷ୍ଣ ଚୌଧୁରୀ ଡେଭଲପ୍ମେଣ୍ଟ ଓ ଷ୍ଟଡ଼ିଜ୍ ସଂସ୍ଥାର ଅଧିକାରୀ ରଶ୍ମୀ ମିଶ୍ର କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆମେ ଏହି ସର୍ଭେ ଆଗେଇବୁ। ସମସ୍ତ ସେବାୟତ ପରିବାର ଏହାଦ୍ୱାରା ଉପକୃତ ହେବେ। ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ନିରାପତ୍ତା ଆଦି ଉପରେ ଆମେ ଗୁରୁତ୍ୱ ଦେବୁ।
The post ସେବାୟତ ପରିବାରର ହେବ ଜନଗଣନା, ଓଡ଼ିଆ ଭାଷାରେ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/2UojH7u
No comments:
Post a Comment