ଝାରସୁଗୁଡ଼ାଭାଗିରଥୀ ସାହୁ): କୋଭିଡ କଟକଣା ନିୟମ ଉଲ୍ଲଂଘନ କରି ଜଳାଶୟରେ ଏକତ୍ରିତ ହେବା ସହ ସାମୂହିକ ଭାବେ ଛଟ୍ ପୂଜା ପାଳନ କରି ବନ୍ଧା ହେଲେ ୪୬ ଜଣ। ଝାରସୁଗୁଡା ଜିଲ୍ଲା ପ୍ରଶାସନର ନାଲି ଆଖିକୁ ଖାତିର ନ କରି ପୂଜା ପାଳନ ନିମନ୍ତେ ନିୟମ ଉଲ୍ଲଘଂନ କରି ଏପରି ଦଶା ଭୋଗିଛନ୍ତି କିଛି ଶ୍ରଦ୍ଧାଳୁ।
ସୂଚନାଯୋଗ୍ୟ, ଛଟ ପୂଜାରେ ସାମୁହିକ ଭାବେ ଗାଧୋଇବା ଓ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ନୀତି ଓ ନିୟମ ରହିଛି । ତେବେ କରୋନା ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ପୂଜାପାଇଁ ସାମୁହିକ ଭାବେ ପୋଖରୀ, ନଦୀ, ନାଳ ଆଦିକୁ ବ୍ୟବହାର କରିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରାଯାଇଛି । ଏଥିପାଇଁ ଉପଜିଲ୍ଲାପାଳ ଶିବ ଟପୋ ୧୪୪ ଧାରା ଜାରି କରିଛନ୍ତି ।
ପ୍ରଶାସନ ପକ୍ଷରୁ ୨୦ତାରିଖ ଭୋର ୪ଟାରୁ ସକାଳ ୭ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓ୨୧ ତାରିଖ ଭୋର ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା କଟକଣା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ରହିଛି। ଏହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ ହୋଇଥିବା ସ୍ଥାନଗୁଡିକରେ ଏକକାଳୀନ ୫ଲୋକରୁ ଅଧିକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ଏହା ସତ୍ତ୍ୱେ ନିୟମ ଉଲ୍ଲଘଂନ କରି ୨ ଟି ଜଳାଶୟରେ ଏକତ୍ରିତ ହୋଇଥିବା ଅଭିଯୋଗରେ ୪୬ ଖିଲାପକାରୀଙ୍କୁ ପୁଲିସ୍ ଗିରଫ କରିଛି ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର କଟକଣାକୁ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଲୋକେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଝାରସୁଗୁଡା ଉପ ଜିଲ୍ଲାପାଳ ଶିବ ଟପ୍ପୋ ଅପିଲ କରିଛନ୍ତି।
The post ଛଟ ପାଇଁ କୋଭିଡ କଟକଣା ଭାଙ୍ଗି ବନ୍ଧା ହେଲେ ୪୬ ଶ୍ରଦ୍ଧାଳୁ appeared first on Odisha Reporter.
from Odisha Reporter https://ift.tt/2IZ9Q5R
No comments:
Post a Comment