ଉପମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡ଼ିବା ପରେ ସୁଶୀଲ୍ ମୋଦି କୁଆଡ଼େ ଯିବେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ଉପମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡ଼ିବା ପରେ ସୁଶୀଲ୍ ମୋଦି କୁଆଡ଼େ ଯିବେ?

ପାଟନା: ଆଜି ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ନୀତୀଶ କୁମାର। ରାଜ୍ୟରେ ଏନଡିଏକୁ ଜନାଦେଶ ମିଳିଛି। ବିଜେପି ଜେଡିୟୁକୁ ମୁଖ୍ୟମନ୍ତ୍ରୀ ଆସନ ଦେଇଛି। ଏବେ ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ପଦ ଏବଂ ବାଚସ୍ପତି ଆସନକୁ ବିଜେପି ନିଜ ହାତରେ ରଖିବ ବୋଲି ସୂଚନା ରହିଛି।

ତେବେ ପୂର୍ବରୁ ନୀତୀଶଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଆସନରେ ବସୁଥିବି ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି ଚଳିତଥର ଉପମୁଖ୍ୟମନ୍ତ୍ରୀ ହେବେ ନାହିଁ। ଦଳର ଏହି ବରିଷ୍ଠ ନେତାଙ୍କ ଭବିଷ୍ୟତକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତିକ ଚର୍ଚ୍ଚା।

ସୂଚନାଅନୁଯାୟୀ, ସୁଶୀଲ ମୋଦି ନୀତୀଶଙ୍କ ପ୍ରତି ଅଧିକ ଆନୁଗତ୍ୟ ଦେଖାଉଥିଲେ ତେଣୁ ରାଜ୍ୟରେ ବିଜେପି ନେତୃତ୍ୱ ନେଇପାରୁନି ବୋଲି କେନ୍ଦ୍ର ବିଜେପି ହୃଦବୋଧ କରିଛି। ତେଣୁ ସୁଶୀଲଙ୍କୁ ନୀତୀଶଙ୍କ ପାଖରୁ ଅଲଗା କରିଛି ବିଜେପି। ନିକଟରେ ସୁଶୀଲ ଦିଲ୍ଲୀ ଯାଇଥିଲେ। ସେଠାରେ କେନ୍ଦ୍ର ବିଜେପି ମଧ୍ୟ ସୁଶୀଲଙ୍କ ନୂଆ ଦାୟିତ୍ୱ ବାବଦରେ ଅବଗତ କରାଇଥିବା ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ଆସନ ପାଇଁ ନୀତୀଶଙ୍କୁ ବିଜେପି ପ୍ରତିଶ୍ରୁତି ଦେଇଥିବାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବିଜେପି ସବୁକିଛି କରୁଛି।

ଅନ୍ୟପଟେ ବିଜେପି ଯଦି ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଡି ବସିବ ତାହେଲେ ନୀତୀଶ ମହାମେଣ୍ଟ ସହ ମିଶିବାର ସମ୍ଭାବନାକୁ ମଧ୍ୟ ଏଡାଇ ହେବନି। ଏମିତି ହେଲେ ବିଜେପି ସରକାରରେ ନରହି ମହାରାଷ୍ଟ୍ର ଭଳି ବିରୋଧୀ ଆସନରେ ବସିବ ବୋଲି ଆକଳନ କରିଛି। ତେଣୁ ଜେଡିୟୁକୁ ମୁଖ୍ୟମନ୍ତ୍ରୀ ଆସନ ଦେଇ ବାଚସ୍ପତି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଆସନକୁ ନିଜ ପାଖରେ ବିଜେପି ରଖିବ ବୋଲି ଆକଳନ ହୋଇଛି। ତେଣୁ ଆଗାମୀ ଦିନରେ ନୀତୀଶଙ୍କ ସ୍ଥାୟୀତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏବେ ସୁଶୀଲ ମୋଦିଙ୍କୁ ରାଜ୍ୟସଭାରୁ ନିର୍ବାଚିତ କରି ଦିଲ୍ଲୀ ରାଜନୀତିରେ ସକ୍ରିୟ କରିବାକୁ କେନ୍ଦ୍ର ବିଜେପି ଯୋଜନା କରିଛି। କାରଣ ନିକଟରେ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ୱାନ ଓ ଅନେକ ମନ୍ତ୍ରୀଙ୍କର ମଧ୍ୟ ଦେହାନ୍ତ ହୋଇଛି। ତେଣୁ ସୁଶୀଲଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରି ଦିଲ୍ଲୀରେ ବିହାର ପାଇଁ ସେ ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି। ବିହାରର ଅନ୍ୟତମ ନେତା ରବିଶଙ୍କର ପ୍ରସାଦ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ଅଛନ୍ତି। ହେଲେ ସେ ଦିଲ୍ଲୀ ରାଜନୀତିରେ ଅଧିକ ସକ୍ରିୟ। ତେଣୁ ବିହାରବାସୀଙ୍କ ନେତୃତ୍ୱ ପାଇଁ ଦିଲ୍ଲୀରେ ସୁଶୀଲଙ୍କୁ ଚେହେରା କରିବାକୁ ଯୋଜନା କରିଛି ବିଜେପି।

ଏଲଜେପି ନେତା ରାମବିଳାଶ ପାଶଓ୍ୱାନଙ୍କର ଦେହାନ୍ତ ପରେ ତାଙ୍କ ସାଂସଦ ପୁଅ ଚିରାଗ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବେ ବୋଲି ଚର୍ଚ୍ଚା ହେଉଛି। କାରଣ ଏଲଜେପି ବିହାର ଏନଡିଏରେ ବିଦ୍ରୋହ କରିବାରୁ ବିଜେପିକୁ ଅଧିକ ଆସନ ମିଳିଛି ବୋଲି କୁହାଯାଉଛି।

The post ଉପମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡ଼ିବା ପରେ ସୁଶୀଲ୍ ମୋଦି କୁଆଡ଼େ ଯିବେ? appeared first on Odisha Reporter.



from Odisha Reporter https://ift.tt/36CRyiG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages