ଅର୍ଜୁନଙ୍କୁ ୭ ଘଣ୍ଟା ଜେରା କଲା ଏନସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଅର୍ଜୁନଙ୍କୁ ୭ ଘଣ୍ଟା ଜେରା କଲା ଏନସିବି

ମୁମ୍ବାଇ: ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କର ତଦନ୍ତ ପାଇଁ ଅର୍ଜୁନ ରାମପାଲ୍ ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହୋଇଥିଲେ। ତାଙ୍କୁ ପାଖାପାଖି ୭ ଘଣ୍ଟା ଜେରା କରିଛି ଏନସିବି। ଅର୍ଜୁନ ରାମପାଲ କହିଛନ୍ତି ଯେ ଡ୍ରଗ୍ସ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତାଙ୍କ ଘରେ ମିଳିଥିବା ଔଷଧ ଏବଂ ପ୍ରେସକ୍ରିପସନ୍ ସେ ଏନସିବି ଅଧିକାରୀଙ୍କୁ ହସ୍ତାନ୍ତର କରିଦେଇଛନ୍ତି।

ବଲିଉଡ୍ ଡ୍ରଗ ଲିଙ୍କକୁ ନେଇ ଏବେ ଏନସିବି ଜୋରଦାର ତଦନ୍ତ ଚଲାଇଛି। ଯେତେ ଯେତେ ତଦନ୍ତ ଆଗକୁ ବଢ଼ୁଛି ସେତେ ସେତେ ସେଲେବ୍ରିଟି ଏହି ଫାଶରେ ପଡ଼ୁଛନ୍ତି। ଅର୍ଜୁନଙ୍କ ପୂର୍ବରୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ଏନସିବି ପଚରାଉଚରା କରିଥିଲା। ଜଣାଇଦେବାକୁ ଚାହୁଁ,  ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ୍ ଡେମେଟ୍ରିଏଡସ୍‌ଙ୍କୁ କୋକିନ୍ ସପ୍ଲାୟରଙ୍କ ସହ ଲିଙ୍କ ଥିବା ନେଇ ଏନସିବି ଗିରଫ କରିବା ପରେ ଅର୍ଜୁନ ରାମପାଲଙ୍କ ବଙ୍ଗଳାରେ ମଧ୍ୟ ସର୍ଚ୍ଚ ଅପରେସନ କରିଥିଲା। ତାଙ୍କ ଘରୁ ବ୍ୟାନ୍ ହୋଇଯାଇଥିବା କିଛି ଔଷଧ ମିଳିଥିଲା।

 

View this post on Instagram

 

A post shared by Arjun (@rampal72)

ଅନ୍ୟପକ୍ଷରେ, ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଏନସିବି ଅଷ୍ଟ୍ରେଲୀୟାନ ଆର୍କିଟେଟ୍ ପଲ୍ ବାର୍ଟଲଙ୍କୁ ଗିରଫ କରିଛି। ଗତ ବୁଧବାର ଏନସିବି ପଲ୍‌ଙ୍କ ବାନ୍ଦ୍ରାସ୍ଥିତ ଘରେ ଚଢ଼ାଉ କରିଥିଲା ହେଲେ କିଛି ବି ମିଳି ନଥିଲା। ପରେ ତାଙ୍କୁ ଏନସିବି ସମନ କରି ପଚରାଉଚରା ପାଇଁ ଡକାଇଥିଲା। ପାଖାପାଖି ୯ ଘଣ୍ଟା ପରରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଡ୍ରଗ୍ ସପ୍ଲାୟର୍ ଆଗିସିଆଲୋସ୍ ଡେମେଟ୍ରିଏଡସ୍ (ଗାବ୍ରିଏଲାଙ୍କ ଭାଇ) ଏବଂ ଅର୍ଜୁନ ରାମପାଲଙ୍କ ସହ ପଲ୍ ବାର୍ଟଲ୍ ବେଶ୍ ନିକଟତର। ଏନସିବି ସୂତ୍ର ଅନୁଯାୟୀ ଅର୍ଜୁନ ରାମପାଲ ଏବଂ ପଲ ବାର୍ଟାଲଙ୍କୁ ଆଉଥରେ ମୁହାଁମୁହିଁ ପଚରାଉଚରା କରାଯାଇପାରେ।

The post ଅର୍ଜୁନଙ୍କୁ ୭ ଘଣ୍ଟା ଜେରା କଲା ଏନସିବି appeared first on Odisha Reporter.



from Odisha Reporter https://ift.tt/3lvgXB9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages