ମନରେଗା ଶ୍ରମିକଙ୍କ ଦୁଃଖ- ‘ବ୍ୟାଙ୍କ ଆକାଉଣ୍ଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 18, 2020

ମନରେଗା ଶ୍ରମିକଙ୍କ ଦୁଃଖ- ‘ବ୍ୟାଙ୍କ ଆକାଉଣ୍ଟ’

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା) ଶ୍ରମିକଙ୍କ ଦୁଃଖ ପାଲଟିଛି ବ୍ୟାଙ୍କ ଆକାଉଣ୍ଟ। ମଜୁରୀ ଟଙ୍କା ବ୍ୟାଙ୍କକୁ ଆଣିବାକୁ ଯାଇ ବାରମ୍ୱାର ଫେରୁଛନ୍ତି। ଏଥିପାଇଁ କାମରୁ ବିରତି ମଧ୍ୟ ନେଉଛନ୍ତି। ତେଣୁ ସେଦିନର ମଜୁରୀ, ବ୍ୟାଙ୍କକୁ ଯିବା ଖର୍ଚ୍ଚ ଆଦିକୁ ମିଶାଇଲେ ମନରେଗା ଶ୍ରମିକ ଅଧିକ କ୍ଷତିରେ ପଡ଼ୁଛି। ଲିବଟେକ୍ ଇଣ୍ଡିଆ (LibTech India) ଦ୍ୱାରା ବୁଧବାର ଜାରି କରିଥିବା ଏକ ସର୍ଭେ ରିପୋର୍ଟରୁ ମନରେଗା ଶ୍ରମିକ ସାମ୍ନା କରୁଥିବା ଏହି ଅସୁବିଧା ବାବଦରେ ଜଣାପଡ଼ିଛି।

ସର୍ଭେ ଅନୁଯାୟୀ, ମଜୁରୀ ଉଠାଇବାକୁ ଶ୍ରମିକ ମାନେ ବ୍ୟାଙ୍କ ଯାଉଛନ୍ତି। ଅଧିକାଂଶ ଶ୍ରମିକ ଗାଁରେ ରହୁଥିବାରୁ ସେମାନେ ବ୍ୟାଙ୍କକୁ ଯିବା ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି। ପୁଣି ଯେଉଁଦିନ ଟଙ୍କା ପାଇଁ ବ୍ୟାଙ୍କକୁ ଯାଉଛନ୍ତି ଦୁଇ ତିନି ଘଣ୍ଟାର କାମର ମଜୁରୀରେ କ୍ଷତି ସହୁଛନ୍ତି।  ଅନେକ ସମୟରେ ବ୍ୟାଙ୍କରେ ଥରକରେ କାମ ସରୁ ନାହିଁ। ପାରିଶ୍ରମିକ ପାଇବା ପାଇଁ ସେମାନଙ୍କୁ ବାରମ୍ବାର ବ୍ୟାଙ୍କକୁ ଯିବାକୁ ପଡ଼ିଛି। କେତେବେଳେ ବାୟୋ ମ୍ୟାଟ୍ରିକରେ ତ୍ରୁଟି ରହୁଛି ତ ଆଉ କେତେବେଳେ ଭୁଲ ସୂଚନା ଆଦି କାରଣ ପାଇଁ ଶ୍ରମିକ ମାନେ ବାରମ୍ୱାର ଖର୍ଚ୍ଚାନ୍ତ ହୋଇ ବ୍ୟାଙ୍କ ଯାଉଛନ୍ତି।

ସର୍ଭେରେ ଝାଡ଼ଖଣ୍ଡ ଶ୍ରମିକଙ୍କୁ ଉଦାହରଣ ଭାବରେ ନିଆଯାଇଛି। ଝାଡ଼ଖଣ୍ଡର ଜଣେ ଶ୍ରମିକ ମନରେଗାରେ କାମ କରି ସପ୍ତାହକୁ ୧.୦୨୬ ଟଙ୍କା ପାଉଛନ୍ତି। ସରକାର ଏହି  ଟଙ୍କା ସିଧାସଳଖ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥା’ନ୍ତି। ହେଲେ ସର୍ଭେ ରିପୋର୍ଟ ଅନୁଯାୟୀ, ମୋଟ ଶ୍ରମିକଙ୍କ ମଧ୍ୟରୁ ୪୦ ପ୍ରତିଶତ ନିଜ ପାରିଶ୍ରମିକ ଟଙ୍କା ଆଣିବାକୁ ଦୁଇରୁ ତିନି ଥର ବ୍ୟାଙ୍କ ଦୌଡୁଛନ୍ତି। ବ୍ୟାଙ୍କ ଗୁଡ଼ିକ ବ୍ଲକ୍ ବା ପୌରାଞ୍ଚଳରେ ରହୁଥିବାରୁ ଏହି ଶ୍ରମିକମାନେ ଅଟୋ କିମ୍ୱା ଗାଡ଼ି ଭଡ଼ା କରି ଯା’ଆସ କରନ୍ତି। ଯା’ଆସ ପାଇଁ ଗାଡ଼ି ଭଡ଼ା ଓ ଖାଇବା ଇତ୍ୟାଦିକୁ ମିଶାଇଲେ ସପ୍ତାହକୁ ଦୁଇ ତିନି ଥର ବ୍ୟାଙ୍କ ଦୌଡ଼ି ସେମାନେ ହାରାହାରି ୩୯୨ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି।

କରୋନା ମହାମାରୀ ବେଳେ ଯିବା ଆସିବା ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି ବୋଲି ଲିବଟେକ୍ ଇଣ୍ଡିଆର ଗବେଷକ ସକିନା ଧୋରଜିଓ୍ୱାଲା କହିଛନ୍ତି। ଏହି ସର୍ଭେ ୨୦୧୮-୧୯ ମଧ୍ୟରେ ହୋଇଥିଲା। ୨୦୦୦ ଶ୍ରମିକଙ୍କୁ ନେଇ ଏହି ସର୍ଭେରେ ସାମିଲ୍ କରାଯାଇଥିଲା। ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନର ଶ୍ରମିକଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ଅଜିମ୍ ପ୍ରେମଜି ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ସର୍ଭେରେ ସାମିଲ୍ ହୋଇଥିଲା।

ସେହିପରି ସର୍ଭେରେ ଜଣାପଡ଼ିଛି ଯେ ୨୦ଟି ଗ୍ରାମ ପଞ୍ଚାୟତ ପାଇଁ ଗୋଟିଏ ବ୍ୟାଙ୍କ ଶାଖା ରହିଛି। ମୋଟ୍ ୧୦ ଜଣ ଶ୍ରମିକରୁ ଜଣଙ୍କ ମୋବାଇଲ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବା ନେଇ ମେସେଜ୍ ଆସୁଛି। ତେଣୁ ଅଧିକାଂଶ ମନରେଗା ଶ୍ରମିକ ଟଙ୍କା ଆସିଛି କି ନାହିଁ ବୋଲି ଜାଣିବା ପାଇଁ ବ୍ୟାଙ୍କ ଯାଉଛନ୍ତି।

The post ମନରେଗା ଶ୍ରମିକଙ୍କ ଦୁଃଖ- ‘ବ୍ୟାଙ୍କ ଆକାଉଣ୍ଟ’ appeared first on Odisha Reporter.



from Odisha Reporter https://ift.tt/3304EVY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages