ଭୁବନେଶ୍ୱର : ମହିଳାଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ କେଶର ଔଷଧ ଭାବରେ କାର୍ଯ୍ୟ କରିଥାଏ। କେଶର ଖାଇଲେ ମହିଳାଙ୍କର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। କେଶରକୁ କ୍ଷୀରରେ ମିଶାଇ ରୋଗୀ ଓ ଗର୍ଭବତୀଙ୍କୁ ପିଇବାକୁ ଦିଆଯାଇଥାଏ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇ ନ ଥାଏ, ଏଥିରେ ଥିବା ପୋଷକତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା କେଶର ମହିଳାଙ୍କ ଶରୀରରେ କେଉଁସବୁ ସମସ୍ୟା ଦୂର କରିଥାଏ।
୧. ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ ଦୂର କରିବା ପାଇଁ କେଶର ପାଣି ପିଅନ୍ତୁ। ଋତୁସ୍ରାବ ଆରମ୍ଭ ହେବାର କିଛିଦିନ ପରେ କେଶର ପାଣିକୁ ପିଅନ୍ତୁ।
୨. କେଶର ପାଣି ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ କେଶର ପାଣି ପିଇଲେ ତ୍ୱଚାରେ ଚମକ ଆସିଥାଏ ଏବଂ କଳାଦାଗ ଓ ମୁଖବ୍ରଣ ସମସ୍ୟା ଦୂର ହୋଇଥାଏ।
୩. ଗର୍ଭାବସ୍ଥାରେ ଗୋଟିଏ ଗ୍ଲାସ କେଶର ପାଣି ପିଇଲେ ଗର୍ଭବତୀଙ୍କର ଗ୍ୟାସ ଓ ମୁଡ୍ ସ୍ୱିଙ୍ଗ ପରି ସମସ୍ୟା ଦୂର ହୋଇଥାଏ। କେବଳ ଏତିକି ନୁହେଁ, କେଶର ଗର୍ଭବତୀଙ୍କ ପାଚନ କ୍ରିୟାକୁ ଠିକ୍ ରଖିବା ସହ ଭଲ ନିଦ କରାଇଥାଏ।
୪. ସାଧାରଣତଃ ଖାଇବା ପରେ ଆମର ମିଠା ଖାଇବା ଅଭ୍ୟାସ ରହିଥାଏ, ମିଠା ଖାଇଲେ ଶରୀରର ଓଜନ ବଢ଼ିଥାଏ। ତେବେ ଏହି ମିଠା ଖାଇବା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ କେଶର ପାଣି ପିଅନ୍ତୁ। କେଶର ପାଣି ମିଠା ଖାଇବା ଅଭ୍ୟାସକୁ ଦୂର କରିଥାଏ।
୫. କେଶ ଅଧିକ ଝଡୁଥିଲେ ନିୟମିତ କେଶର ପାଣି ପିଅନ୍ତୁ। କେଶରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କେଶ ମୂଳକୁ ମଜବୁତ୍ ରଖିବାରେ ସାହାଯ୍ୟ କରିଥାଏ।
ତେବେ କେଶର ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୮ରୁ ୯ଟି କେଶର ନିଅନ୍ତୁ। ଏହାପରେ ଗୋଟିଏ ଗ୍ଲାସ ପାଣିରେ ଏହି କେଶରକୁ ପକାଇ ଫୁଟାନ୍ତୁ। ଆପଣ ଚାହିଁଲେ ପାଣିର ସ୍ୱାଦ ବଢ଼ାଇବା ପାଇଁ ଏଥିରେ କିଛି ବୁନ୍ଦା ମହୁ ମଧ୍ୟ ପକାଇପାରିବେ। ପ୍ରତିଦିନ ସକାଳେ କିମ୍ୱା ସଂନ୍ଧ୍ୟାରେ କେଶର ପାଣି ପିଇରେ ଶରୀରକୁ ଆବଶ୍ୟକୀୟ ଲାଭ ମିଳିଥାଏ।
The post ମହିଳାଙ୍କ ଏହି ୫ଟି ସମସ୍ୟା ଦୂର କରେ କେଶର ପାଣି appeared first on Odisha Reporter.
from Odisha Reporter https://ift.tt/3mVlw7Z
No comments:
Post a Comment