ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଛନ୍ତି। ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲାସ୍ଥିତ କେରନ ସେକ୍ଟରରେ ଏଲଓସି ନିକଟରେ ଯବାନଙ୍କ ଅପରେସନ ଜାରି ରହିଛି। ଏଥିରେ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି।
ଏଲଓସିରେ ଏବେ ବି ଏନକାଉଣ୍ଟର ଜାରି ରହିଛି। ଆତଙ୍କବାଦୀ ସୀମା ଅତିକ୍ରମ କରି ଅନୁପ୍ରବେଶ କରିବାର ଦୁଃସାହସ କରିବାରୁ ଯବାନମାନେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଫଳରେ ୩ ଆତଙ୍କବାଦୀ ଟଳିପଡ଼ିଛନ୍ତି। ଅନ୍ୟପଟେ ଅପରେସନରେ ଜଣେ ଆର୍ମୀ ଅଫିସର, ଜଣେ ବିଏସଏଫ କନଷ୍ଟେବଲଙ୍କ ସମେତ ୪ ଜଣ ଯବାନ ଶହୀଦ ହୋଇଛନ୍ତି।
ସୂଚନାଯୋଗ୍ୟ, ଶନିବାର ରାତି ମାଛିଲ ସେକ୍ଟରରେ ପାଟ୍ରୋଲିଂ କଲାବେଳେ ଏଲଓସି ନିକଟରେ ଯବାନମାନେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ପାଇଥିଲେ। ଆତଙ୍କବାଦୀମାନେ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସୁରକ୍ଷାବଳ ଜାଣିବାକୁ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ଅପରେସନ ଜାରି ରହିଛି।
The post କୁପଓ୍ୱାଡ଼ା ଏନକାଉଣ୍ଟରରେ ୪ ଯବାନ ଶହୀଦ appeared first on Odisha Reporter.
from Odisha Reporter https://ift.tt/2GJ6Rxk
No comments:
Post a Comment