ଧୋନିଙ୍କ ନେତୃତ୍ୱରେ ଡେବ୍ୟୁ କରିଥିବା ଭାରତୀୟ କ୍ରିକେଟର୍ ନେଲେ ସନ୍ନ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଧୋନିଙ୍କ ନେତୃତ୍ୱରେ ଡେବ୍ୟୁ କରିଥିବା ଭାରତୀୟ କ୍ରିକେଟର୍ ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଡେବ୍ୟୁ କରିଥିବା ଭାରତୀୟ ପେସ୍ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ ମଙ୍ଗଳବାର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି।

ସନ୍ନ୍ୟାସ ଘୋଷଣା କରି ତ୍ୟାଗି କହିଛନ୍ତି, ନିଜର ସ୍ୱପ୍ନକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର ନିଷ୍ପତ୍ତି। ମୋ ଭଳି ଅନ୍ୟ ଖେଳାଳିଙ୍କର  ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ସ୍ୱପ୍ନ ହୋଇଥାଏ। ତା’ଛଡ଼ା ଭାରତୀୟ ଜର୍ସିକୁ ପିନ୍ଧିବାର ଅନୁଭୂତି ସବୁଠାରୁ ଶ୍ରେଷ୍ଠ ବୋଲି ତ୍ୟାଗି କହିଛନ୍ତି।

୩୩ ବର୍ଷୀୟ ଏହି ପେସ୍ ବୋଲର ଜଣକ ୪ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୦୯ରେ ଧୋନିଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ଡେବ୍ୟୁ କରିଥିଲେ। ପ୍ରଥମ ଟି-୨୦ ମ୍ୟାଚରେ ତ୍ୟାଗିଙ୍କୁ କୌଣସି ସଫଳତା ମିଳିନଥିଲା। ହେଲେ ଦିନିକିଆରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର୍ କୁମାର ସାଙ୍ଗାକାରାଙ୍କୁ ନିଜର ପ୍ରଥମ ଶିକାର ବନାଇଥିଲେ।

୨୦୧୦ରେ ସେ ଭାରତ ପକ୍ଷରୁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଦିନିକିଆରେ ସେ ମାତ୍ର ୩ଟି ୱିକେଟ୍ ନେଇଛନ୍ତି। ସେ ଆଇପିଏଲର ଦୁଇଟି ସିଜନ୍ (୨୦୦୯ ଓ ୨୦୧୦)ରେ ଚେନ୍ନାଇ ସୁପର୍ କିଙ୍ଗସ୍ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୋଟ ୧୪ଟି ମ୍ୟାଚ୍ ଖେଳିଛନ୍ତି। ସେ ୪୧ ପ୍ରଥମଶ୍ରେଣୀ ମ୍ୟାଚରେ ୧୦୯ ୱିକେଟ୍ ଏବଂ ୨୩ଟି ଲିଷ୍ଟ-ଏ ମ୍ୟାଚରେ ୩୧ଟି ସଫଳତା ପାଇଛନ୍ତି।

The post ଧୋନିଙ୍କ ନେତୃତ୍ୱରେ ଡେବ୍ୟୁ କରିଥିବା ଭାରତୀୟ କ୍ରିକେଟର୍ ନେଲେ ସନ୍ନ୍ୟାସ appeared first on Odisha Reporter.



from Odisha Reporter https://ift.tt/3nwPkrS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages