ମୁମ୍ୱାଇ : ଟେଲିଭିଜନ କ୍ୱିଜ୍ ଶୋ’ ‘କୌନ ବନେଗା କରୋଡପତି’ର ସିଜନ୍ ୧୨ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରୁଛି। ନାଜିଆ ନସିମ୍ ହୋଇଛନ୍ତି ଏହି ଶୋ’ର ପ୍ରଥମ କୋଟିପତି। ସୋନିଟିଭିର ଅଫିସିଆଲ୍ ଆକାଉଣ୍ଟରୁ ଏକ ଭିଡିଓ ଶେଆର୍ କରାଯାଇଛି, ଯେଉଁଥିରେ ନାଜିଆ ୧ କୋଟି ପ୍ରଶ୍ନର ଉତ୍ତର ଠିକ୍ ରଖି ଦର୍ଶକଙ୍କୁ ଚକିତ କରିଛନ୍ତି।
ପୋଷ୍ଟ ହୋଇଥିବା ଭିଡିଓରେ ଆପଣ ଦେଖିପାରିବେ ଅମିତାଭ ବଚ୍ଚନ ନାଜିଆ ୧ କୋଟି ଜିତିଥିବା କଥା ଘୋଷଣା କରିଛନ୍ତି। ନାଜିଆ ୧ କୋଟି ପ୍ରଶ୍ନର ଉତ୍ତର ରଖିସାରିବା ପରେ ଅମିତାଭ ତାଙ୍କୁ ୭ କୋଟିର ଜ୍ୟାକ୍ପଟ୍ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି। ତେବେ ନାଜିଆ ୭କୋଟି ପ୍ରଶ୍ନର ସଠିକ୍ ଭାବରେ ଦେଇଛନ୍ତି କି ନାହିଁ, ତାହା ଆଗାମୀ ଏପିସୋଡ୍ରେ ଦେଖିବାକୁ ମିଳିବ। ଏହା ପୂର୍ବରୁ ମଧ୍ୟ ଅନେକ କଣ୍ଟେଷ୍ଟାଣ୍ଟ ୧ କୋଟିର ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ପ୍ରଶ୍ନର ସଠିକ୍ ଉତ୍ତର ରଖିପାରିନଥିଲେ।
ସୋଶାଲ ମିଡିଆରେ କେବିସିର ଏହି ପ୍ରୋମୋ ଭାଇରାଲ୍ ହେଉଛି। ଏପିସୋଡ୍ଟିକୁ ଦେଖିବା ପାଇଁ ଦର୍ଶକେ ମଧ୍ୟ ଅପେକ୍ଷା କରିରହିଛନ୍ତି। ଏହି ସ୍ପେଶାଲ୍ ଏପିସୋଡ୍ଟି ୧୧ ନଭେମ୍ୱର ରାତି ୯ଟାରେ ଟେଲିକାଷ୍ଟ ହେବ।
ସୂଚନାଯୋଗ୍ୟ, ନାଜିଆଙ୍କ ପୂର୍ବରୁ ଛବି କୁମାର ନାମରେ ଜଣେ କଣ୍ଟେଷ୍ଟାଣ୍ଟ ମଧ୍ୟ ୧କୋଟିର ପ୍ରଶ୍ନ ପର୍ଯ୍ୟନ୍ତ ଯାଇଥିଲେ, ହେଲେ ପ୍ରଶ୍ନର ଉତ୍ତର ଦେଇନପାରି ଅଧାରୁ ଖେଳ ଛାଡ଼ିଦେଇଥିଲେ। ଶେଷରେ ୫୦ ଲକ୍ଷ ଜିତି ଘରକୁ ଫେରିଥିଲେ।
The post ନାଜିଆ ହେଲେ କେବିସି-୧୨ର ପ୍ରଥମ କୋଟିପତି appeared first on Odisha Reporter.
from Odisha Reporter https://ift.tt/38f0VYf
No comments:
Post a Comment