ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ଉପରେ ଚାଲିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ଉପରେ ଚାଲିଲା ଗୁଳି

ଦରଭଙ୍ଗା: ଆସନ୍ତାକାଲି ବିହାର ବିଧାନସଭା ନିବାର୍ଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବ। ୭୮ଟି ଆସନରେ କିଏ ଜିତିବ ଓ କିଏ ହାରିବ, ତା’ର ନିଷ୍ପତ୍ତି ବିହାରବାସୀ ନେବେ। କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ବଡ଼ ଅଘଟଣ ଘଟିଛି। ଦରଭଙ୍ଗାର ହାୟାଘାଟ ନିର୍ବାଚନ ମଣ୍ଡଳରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ରବୀନ୍ଦ୍ର ନାଥ ସିଂହଙ୍କ ଉପରକୁ ଗୁଳିମାଡ଼ କରାଯାଇଛି।

ଗତକାଲି ରାତିରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛି। ରବୀନ୍ଦ୍ରଙ୍କ ଶରୀରରେ ଦୁଇଟି ଗୁଳି ବାଜି ଥିବାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ସୂଚନା ଅନୁସାରେ ରବୀନ୍ଦ୍ର ଗୁରୁବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଥିଲେ। ପ୍ରଚାର କାର୍ଯ୍ୟ ଶେଷ ହେବା ପରେ ସେ ନିଜ ଗାଁ ଦୁଗୌଲୀକୁ ଫେରୁଥିଲେ। ଏହି ସମୟରେ ତାଙ୍କ ପାଖକୁ ଗୋଟିଏ ଫୋନ ଆସିଥିଲା। ସେ ଫୋନରେ କଥା ହେବାର କିଛି ସମୟରେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ କୋଟରୀ ପାଖରେ ଅଟକାଇ ଦେଇଥିଲେ।

ରବୀନ୍ଦ୍ର କିଛି ବୁଝିବା ଆଗରୁ ସେମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ତାଙ୍କ ଦେହରେ ଦୁଇଟି ଗୁଳି ମାଡ଼ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡିଏମସିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଏସପି ଅଶୋକ ପ୍ରସାଦ କହିଛନ୍ତି, ରବୀନ୍ଦ୍ରଙ୍କୁ କିଏ ଗୁଳିମାଡ଼ କରିଛି, ସେକଥା ଜଣାପଡ଼ିନାହିଁ। ସେହିପରି ଗୁଳିକାଣ୍ଡର କାରଣ ମଧ୍ୟ ସାମ୍ନାକୁ ଆସିନାହିଁ। ରବୀନ୍ଦ୍ର ଏବେ ବି ଅଚେତ ଅବସ୍ଥାରେ ରହିଛନ୍ତି। ତାଙ୍କର ଚେତା ଫେରିବା ପରେ ପୂରା ଘଟଣା ସମ୍ପର୍କରେ ତଥ୍ୟ ମିଳିପାରିବ ବୋଲି ସେ କହିଛନ୍ତି।

The post ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ଉପରେ ଚାଲିଲା ଗୁଳି appeared first on Odisha Reporter.



from Odisha Reporter https://ift.tt/2I6b0f9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages