ଅଡିଓ ଟେପ ଭାଇରାଲ ପରେ ବଦଳିଲା ଲାଲୁଙ୍କ ଠିକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ଅଡିଓ ଟେପ ଭାଇରାଲ ପରେ ବଦଳିଲା ଲାଲୁଙ୍କ ଠିକଣା

ରାଞ୍ଚି: ଅଡିଓ ଟେପ୍‌ ଭାଇରାଲ ଘଟଣାରେ ଫସିବା ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରଥମେ ଜେଲ୍‌ ଓ ପରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁ ହସ୍ପିଟାଲ ଡିରେକ୍ଟର ବଙ୍ଗଳାରେ ରହୁଥିବା ଲାଲୁଙ୍କ ଠିକଣା ପୁଣିଥରେ ବଦଳି ଯାଇଛି। ବିବାଦୀୟ ଅଡିଓ ଟେପ୍‌ ଭାଇରାଲ ଘଟଣା ପରେ ତାଙ୍କୁ ବଙ୍ଗଳାରୁ ଦେୟଯୁକ୍ତ ୱାର୍ଡରେ ଭର୍ତ୍ତି କରାଯାଇଛି।

ବିଚାର ବିଭାଗୀୟ ହାଜତରେ ଥିଲେ ହେଁ ଲାଲୁ ଯାଦବ ଫୋନ୍‌ ଯୋଗେ ଜଣେ ବିଜେପି ବିଧାୟକଙ୍କୁ ଫୋନ କରି ନିଜ ଦଳ ଆଡ଼କୁ ଆଣିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବିଜେପି ପକ୍ଷରୁ ମଧ୍ୟ ଗୋଟିଏ ଅଡିଓ ଟେପ୍‌ ଭାଇରାଲ କରାଯାଇଛି। ଅଭିଯୋଗ ଅନୁଯାୟୀ, ଲାଲୁ ବାଚସ୍ପତି ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ ଲଲନ କୁମାର ପାଶ୍ୱାନଙ୍କୁ ଫୋନ କରିଥିଲେ।

ଏହି ସମୟରେ ସେ ତାଙ୍କୁ ନିଜ ଆଡ଼ୁକୁ ଆଣିବା ପାଇଁ ପ୍ରଲୋଭିତ କରିଥିଲେ। ଯଦି ଶ୍ରୀ ପାଶ୍ୱାନ ତାଙ୍କ କଥା ମାନିବେ, ତା’ହେଲେ ଆରଜେଡି ତାଙ୍କୁ ମନ୍ତ୍ରୀ ପଦ ଦେବ ବୋଲି ଲାଲୁ କହିଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଛି। ବିଧାୟକ ପାଶ୍ୱାନ ମଧ୍ୟ ଲାଲୁଙ୍କ ନାଁରେ ଏଫଆଇଆର ରୁଜୁ କରିଛନ୍ତି।

ସୂଚନା ଅନୁଯାୟୀ, ବିଧାୟକ ପାଶ୍ୱାନ ଭିଜିଲାନ୍ସ ପୁଲିସ୍ ଷ୍ଟେସନରେ ଲାଲୁଙ୍କ ନାଁରେ ଏଫଆଇଆର କରିଛନ୍ତି। ସେହିପରି ଝାରଖଣ୍ଡ ସରକାର ମଧ୍ୟ ବିବାଦୀୟ ଅଡିଓ ଟେପ୍‌ ଭାଇରାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ଭିତରେ ଲାଲୁଙ୍କୁ ବଙ୍ଗଳାରୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

The post ଅଡିଓ ଟେପ ଭାଇରାଲ ପରେ ବଦଳିଲା ଲାଲୁଙ୍କ ଠିକଣା appeared first on Odisha Reporter.



from Odisha Reporter https://ift.tt/3mbdYxZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages