ଆରମ୍ଭ ହେଲା ଦିନିକିଆ ସିରିଜ୍‌, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ଆରମ୍ଭ ହେଲା ଦିନିକିଆ ସିରିଜ୍‌, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ: କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଆଜିଠାରୁ ଆରମ୍ଭ ହୋଇଛି। ଦୀର୍ଘ ୯ ମାସ ପରେ ଟିମ୍‌ ଇଣ୍ଡିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଆଜି ମଇଦାନକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଟିମ୍‌ ଇଣ୍ଡିଆ ଆଜି ନୂଆ ଜର୍ସି ପିନ୍ଧିଛି।

ଏହି ସୀମିତ ଓଭର ସିରିଜ୍‌ରେ ଟିମ୍‌ ଇଣ୍ଡିଆର ନିୟମିତ ଓପନର ରୋହିତ ଶର୍ମା ଆହତ ଯୋଗୁ ବାଦ ପଡ଼ିଛନ୍ତି। ତେଣୁ ଆଜିର ମ୍ୟାଚ୍‌ରେ ଶିଖର ଧୱନଙ୍କ ସହ ଯୁବ ତାରକା ମୟଙ୍କ ଅଗ୍ରୱାଲ ଇନିଂସ୍‌ ଆରମ୍ଭ କରିବେ। ସେହିପରି କେଏଲ ରାହୁଲ ପୂର୍ବଭଳି ମଧ୍ୟକ୍ରମରେ ବ୍ୟାଟିଂ କରିବେ। ୨୦୧୯ ବିଶ୍ୱକପ ପରେ ଦିନିକିଆ ଖେଳି ନଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜି ଦଳକୁ କମବ୍ୟାକ କରିଛନ୍ତି। ବିରାଟ୍‌ ଆଜି ୫ ବୋଲରଙ୍କୁ ନେଇ ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ୬ଷ୍ଠ ବୋଲର ଭାବେ ହାର୍ଦ୍ଦିକ ବୋଲିଂ କରିବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଭାରତ: ଶିଖର ଧୱନ୍, ମୟଙ୍କ ଅଗ୍ରୱାଲ୍, ବିରାଟ୍ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର୍, ଲୋକେଶ ରାହୁଲ୍ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ନଭଦୀପ ସାଇନି, ୟୁଜବେନ୍ଦ୍ର ଚହଲ୍, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା।

ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର୍, ଆରୋନ୍ ଫିଞ୍ଚ୍, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁଶେନ୍, ମାର୍କସ୍ ଷ୍ଟୋଇନିସ୍, ଆଲେକ୍ସ କ୍ୟାରୀ (ୱିକେଟକିପର), ଗ୍ଲେନ୍ ମ୍ୟାକ୍ସୱେଲ୍, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ୍ ହେଜଲଉଡ୍।

The post ଆରମ୍ଭ ହେଲା ଦିନିକିଆ ସିରିଜ୍‌, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ appeared first on Odisha Reporter.



from Odisha Reporter https://ift.tt/3l5lrgE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages