ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାୟ ୧୪ ହଜାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ବିରୋଧରେ ଗର୍ଜିଛି ଓଡ଼ିଶା ଅଭିଭାବକ ମହାସଂଘ। ଗତକାଲି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏନେଇ ୭ଟି ପ୍ରସ୍ତାବ ଆଗତ ହୋଇଛି। ସବୁ ରାଜନୈତିକ ଦଳ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ସ୍କୁଲ ବନ୍ଦ ନିଷ୍ପତ୍ତିର ପ୍ରତ୍ୟାହାର ପାଇଁ ଦାବି କରିବେ। ଏହାସହ ବନ୍ଦ ହେବାକୁ ଥିବା ସବୁ ସ୍କୁଲର ଅଭିଭାବକ ମଣ୍ଡଳୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପଠାଇବେ।
ସେହିପରି ପ୍ରତି ଜିଲ୍ଲାରେ ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ମିଳନୀ କରାଯିବ। ଏଥିସହ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ରୂପରେଖ ପ୍ରସ୍ତୁତି କରାଯିବ। ଏଥିନିମନ୍ତେ ବିଶିଷ୍ଟ ଶିକ୍ଷାବିତ ଓ ବିଶେଷଜ୍ଞଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଛି। ଏହାବ୍ୟତୀତ ରାଜ୍ୟରେ ଶିକ୍ଷାର ସୁରକ୍ଷା ଏବଂ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନକୁ ନେଇ ଏକ ବ୍ୟାପକ ମଂଚ, ଶିକ୍ଷା ବଞ୍ଚାଅ ଅଭିଯାନ ଆରମ୍ଭ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି । ବୈଠକରେ ବିଜେଡି, କଂଗ୍ରେସ, ବିଜେପି ସମେତ ରାଜନୈତିକ ସହ ଓ ସାମାଜିକ ସଂଗଠନ ସାମିଲ ହୋଇଥିଲେ।
The post ସ୍କୁଲ ବନ୍ଦ ନିଷ୍ପତ୍ତି ବିରୋଧରେ ଗର୍ଜିଲା ଓଡ଼ିଶା ଅଭିଭାବକ ମହାସଂଘ appeared first on Odisha Reporter.
from Odisha Reporter https://ift.tt/2Kuw543
No comments:
Post a Comment