ଭାଙ୍ଗିଲା ୧୭ ବର୍ଷର ରେକର୍ଡ, ୬.୩ ଡିଗ୍ରୀରେ ଥରିଲା ରାଜଧାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

ଭାଙ୍ଗିଲା ୧୭ ବର୍ଷର ରେକର୍ଡ, ୬.୩ ଡିଗ୍ରୀରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଅସହ୍ୟ ଜାଡ଼ ଅନୁଭୂତ ହେଲାଣି। ସୋମବାର ଦିଲ୍ଲୀର ସର୍ବନିମ୍ନ ତାପାମାତ୍ରା ୬.୩ ଡିଗ୍ରୀ ସେଲସିୟସକୁ ଖସି ଯାଇଛି। ଦୀର୍ଘ ୧୭ ବର୍ଷ ମଧ୍ୟରେ ନଭେମ୍ବର ମାସରେ ଦିଲ୍ଲୀର ତାପମାତ୍ରା କେବେ ହେଲେ ଏଭଳି ଭାବେ ହ୍ରାସ ପାଇ ନଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀର କିଛି ଅଞ୍ଚଳରେ କୋହଲା ପବନ ବୋହୁଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ମଧ୍ୟ ଜଣାପଡ଼ିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସଫଦରଜଙ୍ଗ ବେସ୍‌ ଷ୍ଟେସନରେ ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ତାପମାତ୍ରା ଠାରୁ ୫ ଡିଗ୍ରୀ କମ। ୨୦୦୩ରେ ଶେଷଥର ପାଇଁ ନଭେମ୍ବର ମାସରେ ଏଭଳି ଥଣ୍ଡା ଅନୁଭୂତ ହୋଇଥିଲା। ଏହି ସମୟରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରୀ ରେକର୍ଡ କରାଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରୀ ରହିଥିଲା। ସେହିପରି ସର୍ବାଧିକ ତାପମାତ୍ରା ୨୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଚଳିତ ବର୍ଷ ଦିନ ବେଳା ଏଭଳି ଥଣ୍ଡା ପ୍ରଥମଥର ଦେଖିବାକୁ ମିଳିଥିଲା। ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀରେ ସର୍ବନିମନ୍ନ ତାପମାତ୍ରା ୧୧.୫ ଡିଗ୍ରୀ ଥିବା ବେଳେ ୨୦୧୮ରେ ୧୦.୫ ଡିଗ୍ରୀ ଓ ୨୦୧୭ରେ ଏହା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

The post ଭାଙ୍ଗିଲା ୧୭ ବର୍ଷର ରେକର୍ଡ, ୬.୩ ଡିଗ୍ରୀରେ ଥରିଲା ରାଜଧାନୀ appeared first on Odisha Reporter.



from Odisha Reporter https://ift.tt/370EFil

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages