ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କଣ୍ଟେନରରେ ନିଆଁ ଲାଗି ଯାଇଥିଲା। କଣ୍ଟେନରଟି ଏକ ବୋଲେରୋକୁ ଧକ୍କା ଦେବା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ କଣ୍ଟେନର ଡ୍ରାଇଭରଙ୍କ ସହିତ ବୋଲେରୋରେ ଥିବା ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କଣ୍ଟେନରଟି ଫ୍ଲିପ୍କାର୍ଟର ଜିନିଷ ନେଇ ବମ୍ବେରୁ କୋଲକାତା ଅଭିମୁଖେ ଯାଉଥିଲା। ହେଲେ ଡାହାଣୀଗଡ଼ିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା ବୋଲେରୋକୁ ପଛରୁ ଧକ୍କା ଦେଇଥିଲା। ଏହା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
The post ଫ୍ଲିପକାର୍ଟର ଜିନିଷ ନେଇ ଯାଉଥିବା କଣ୍ଟେନରରେ ଲାଗିଗଲା ନିଆଁ appeared first on Odisha Reporter.
from Odisha Reporter https://ift.tt/3o7o7ft
No comments:
Post a Comment