“ହାଜତ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

“ହାଜତ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ୍ ହାଜତ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଏହି ପ୍ରସଙ୍ଗରେ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପୁରୀ ହାଜତ ମୃତ୍ୟୁ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ।

ପିପିଲିରେ ପୁଲିସ୍ ହାଜତରେ ୬ଜଣ ଯୁବକଙ୍କୁ ଯେଉଁଭଳି ନିର୍ମମ ଭାବେ ମାଡ଼ ମରାଯାଇଛି, ସେମାନେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପୁଲିସ୍ ଏବେ ଶାସକ ଦଳର ସବୁଠୁ ବଡ଼ ଗୁଣ୍ଡା ସାଜିଛି ଏବଂ ଲୋକଙ୍କୁ ବିନା କାରଣରେ ଉଠାଇ ଆଣି ହାଜତରେ ମାଡ଼ ମାରି ଆତଙ୍କରାଜ ସୃଷ୍ଟି କରୁଛି।

ଲେଖାଶ୍ରୀ ଆହୁରି କହିଛନ୍ତି, ସରକାର ସମ୍ପୂର୍ଣ୍ଣ ଭାବେ ବିକାଶର କାମକୁ ଭୁଲିଗଲେଣି। କେବଳ ପ୍ରଶାସନ ଓ ପୁଲିସକୁ ଲଗାଇ ନିର୍ବାଚନ ଜିତିବା ଉପରେ ଗୁରୁତ୍ବ ଦେଉଛନ୍ତି। ଏପରିକି ନିର୍ବାଚନ ଜିତିବା ପାଇଁ ବିରୋଧୀଙ୍କୁ ଧମକାଇବା ଏବଂ ସେମାନଙ୍କ ବିରୋଧରେ ମିଛ ମୋକଦ୍ଦମା କରିବା ଭଳି କାମ କରୁଛନ୍ତି ସରକାର।

ଏହାସହ କ୍ଷମତାରେ ରହିବା ପାଇଁ ପ୍ରଶାସନ ଓ ପୁଲିସର ମଧ୍ୟ ପାର୍ଟନରଶିପ୍ ଚାଲିଛି। ଏହାଛଡ଼ା ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କଲେ ପୁଲିସ ନାଲି ଆଖି ମଦ୍ୟ ଦେଖାଉଛି। ତେଣୁ ପୁଲିସର ଲୋକଙ୍କୁ ମାଡ଼ ମାରିବା ଘଟଣାକୁ ଆମେ ସମ୍ପୂର୍ଣ୍ଣ ନିନ୍ଦା କରୁଛୁ ଏବଂ ଏଥିପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି କହିଛନ୍ତି ଲେଖାଶ୍ରୀ।

The post “ହାଜତ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ” appeared first on Odisha Reporter.



from Odisha Reporter https://ift.tt/3kU6Vbi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages