ଇସଲାମାବାଦ: ପାକିସ୍ତାନର ସିଆଲକୋଟରେ ରହନ୍ତି ଆଦନନ୍। ତାଙ୍କ ବୟସ ମାତ୍ର ୨୨ ବର୍ଷ। କିନ୍ତୁ ଏହି ବୟସରେ ସେ ୩ଟି ବିବାହ କରି ସାରିଛନ୍ତି। ଆଉ ଏବେ ଚତୁର୍ଥ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ତାଙ୍କର ତିନି ପତ୍ନୀ ତାଙ୍କୁ ବିରୋଧ ମଧ୍ୟ କରୁନାହାନ୍ତି। ଓଲଟି ସେମାନେ ସ୍ୱାମୀଙ୍କୁ ସମର୍ଥନ କରି ତାଙ୍କ ପାଇଁ କନ୍ୟା ସନ୍ଧାନ କରୁଛନ୍ତି।
ଚତୁର୍ଥ ବିବାହ ପାଇଁ ଆଦନନ୍ଙ୍କ ଏକ ସର୍ତ୍ତ ମଧ୍ୟ ରହିଛି। ସେ ଯେଉଁ ଯୁବତୀଙ୍କୁ ବାହା ହେବେ ତାଙ୍କ ନାଁ ‘ଶ’ରୁ ଆରମ୍ଭ ହେଉଥିବ। କାରଣ ତାଙ୍କର ତିନି ପତ୍ନୀଙ୍କ ନାଁ ମଧ୍ୟ ‘ଶ’ରୁ ଆରମ୍ଭ ହୋଇଛି। ସେମାନେ ହେଉଛନ୍ତି- ଶୁମ୍ବଲ, ଶବାନା ଓ ଶାହିଦା।
ଆଦନନ୍ଙ୍କ ଘରେ ୬ଟି ରୁମ୍ ରହିଛି। ଏଠାରେ ସେ ତିନି ସ୍ତ୍ରୀଙ୍କ ସହିତ ରୁହନ୍ତି। ସେମାନଙ୍କର ୪ଟି ଛୁଆ ମଧ୍ୟ ଅଛନ୍ତି। ଏବେ ପରିବାର ଚଳାଇବା ପାଇଁ ଆଦନନ୍ ମାସି ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ପାକିସ୍ତାନ୍ ଡେଲି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସେ ଏହି ସବୁ କଥା କହିଛନ୍ତି।
ଆଦନାନ ତିନି ସ୍ତ୍ରୀଙ୍କ ସହିତ ରହିବା ପାଇଁ ସମୟ ଭାଗ ବଣ୍ଟା କରି ଦେଇଛନ୍ତି। ହେଲେ ତିନି ସ୍ତ୍ରୀଙ୍କ ଅଭିଯୋଗ ଯେ ସେ କାହାକୁ ଅଧିକ ସମୟ ଦେଉ ନାହାନ୍ତି। ତଥାପି ଆଦନନ୍ଙ୍କ ଚତୁର୍ଥ ବିବାହ ନିଷ୍ପତ୍ତିକୁ ସେମାନେ ବିରୋଧ କରି ନାହାନ୍ତି।
The post ସ୍ୱାମୀର ଖୁସି ପାଇଁ ତିନି ସ୍ତ୍ରୀ ମିଶି ଖୋଜୁଛନ୍ତି ଚତୁର୍ଥ ସ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3nFPY6v
No comments:
Post a Comment