ଅକ୍ଟୋବର ସୁଦ୍ଧା ଭାରତରେ ଟିକାକରଣ ଶେଷ ହେବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

ଅକ୍ଟୋବର ସୁଦ୍ଧା ଭାରତରେ ଟିକାକରଣ ଶେଷ ହେବ!

ହାଇଦ୍ରାବାଦ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର ପୋନଓ୍ୱାଲା କହିଛନ୍ତି, ଜରୁରୀକାଳୀନ ଭାବରେ କୋଭିଶିଲ୍ଡ ଟିକା ବ୍ୟବହାର ପାଇଁ ତାଙ୍କ କମ୍ପାନୀ ଅନୁମତି ମାଗିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ଅନୁମତି ମିଳିପାରେ। ଯଦି ଅନୁମତି ମିଳିଯିବ ତାହେଲେ ଜାନୁଆରୀ ଆରମ୍ଭରୁ ଟିକାକରଣ ଆରମ୍ଭ ହେବ ଏବଂ ଅକ୍ଟୋବର ସୁଦ୍ଧା ଟିକାକରଣ ଶେଷ ହୋଇପାରେ। ଆଉ ଦେଶ ସ୍ୱାଭାବିକ ସ୍ଥିତିକୁ ଫେରିପାରିବ ବୋଲି ସେ ଆଶା ରଖିଛନ୍ତି।

ଇକୋନୋମିକ୍ ଟାଇମ୍ସର ଗ୍ଲୋବାଲ୍ ବିଜନେସ୍ ସମ୍ମିଳନୀରେ ଯୋଗ ଦେଇ ଆଦର ପୁନାୱାଲା କହିଛନ୍ତି ଯେ ଯଦି ରେଗୁଲଟର ବା ଅନୁମତି ଦେଉଥିବା ସଂସ୍ଥା ଅନୁମତି ଦେବେ ତାହେଲେ ଜାନୁଆରୀ ୨୦୨୧ ସୁଦ୍ଧା ଭାରତର ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇପାରିବ। ଏଥିପାଇଁ ତାଙ୍କ କମ୍ପାନୀ ପ୍ରସ୍ତୁତ ରହିଛି। ଜରୁରୀକାଳୀନ ଲାଇସେନ୍ସ ମିଳିବା ପରେ ବ୍ୟାପକ ଭାବରେ ବ୍ୟବହାର ପାଇଁ ପ୍ରକୃତ ଲାଇସେନ୍ସ ପରବର୍ତ୍ତୀ ସମୟରେ ଆସିଯିବ ବୋଲି ସେ କହିଛନ୍ତି।

ସେରମ୍ ମୁଖ୍ୟ ଆହୁରି କହିଛନ୍ତି ଯେ ଥରେ ଭାରତର ୨୦% କରୋନା ଟିକା ନେଇ ସାରିଲା ଯଦି ପରିଣାମ ସକାରାତ୍ମକ ରହିବ ତାହେଲେ ଆସନ୍ତା ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ମିଳିବ। ଏଥିସହ ସାଧାରଣ ଜୀବନ ଫେରି ଆସିପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱର ଏହି ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ କେନ୍ଦ୍ର ସରକାର ସହିତ ଏକ ଚୁକ୍ତି କରିବାକୁ ଯାଉଛି। ଏହି ଚୁକ୍ତି ଅନୁଯାୟୀ କୋଭିଶିଲ୍ଡ ଟିକାର ମୂଲ୍ୟ ୨୫୦ ଟଙ୍କା ରହିବ ବୋଲି ସମ୍ଭାବନା ରହିଛି।

The post ଅକ୍ଟୋବର ସୁଦ୍ଧା ଭାରତରେ ଟିକାକରଣ ଶେଷ ହେବ! appeared first on Odisha Reporter.



from Odisha Reporter https://ift.tt/34oMoGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages