ଆସନ୍ତାକାଲିଠୁ ବାଇକ୍ ଆରୋହୀ ସାବଧାନ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 31, 2020

ଆସନ୍ତାକାଲିଠୁ ବାଇକ୍ ଆରୋହୀ ସାବଧାନ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ସତର୍କ ହୋଇଯା’ନ୍ତୁ ବାଇକ ଚାଳକ। ବାଧ୍ୟ ହେବ ଡବଲ ହେଲମେଟ । ନୂଆବର୍ଷରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବାଇକ ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ। ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ଯଦି କୌଣସି ବାଇକ ଚାଳକଙ୍କ ହେଲମେଟ ନଥାଏ ତେବେ ଚେକିଂ ସମୟରେ ଗାଡିର ଅନ୍ୟ ସବୁ କାଗଜପତ୍ରକୁ ମଧ୍ୟ ଯାଂଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଦ୍ୱାରା ହିଁ ରାଜ୍ୟରେ ଦୁର୍ଘଟଣା ହାର କମିବ । ଦୁଇ ଚକିଆ ଯାନରେ ଦୁର୍ଘଟଣା ହେବା ଆଶଙ୍କା ଅଧିକ ରହିଛି ।

ହେଲମେଟ ନ ପିନ୍ଧି, ମଦ ପିଇ ଦ୍ରୁତ ଗତିରେ ଗାଡି ଚଳାଇବା ଦ୍ୱାରା ଅଧିକାଂଶ ଦୁର୍ଘଟଣା ହେଉଛି । ଏହାକୁ କମାଇବା ପାଇଁ ନୂଆବର୍ଷରେ କଡାକଡି ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ । ଆମେ ମାନିଲେ ହିଁ ଦେଶରେ ଦୁର୍ଘଟଣା ହାର କମିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ।

The post ଆସନ୍ତାକାଲିଠୁ ବାଇକ୍ ଆରୋହୀ ସାବଧାନ… appeared first on Odisha Reporter.



from Odisha Reporter https://ift.tt/3b0gO67

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages