୨୦୨୧ ବର୍ଷଟି ଆପଣଙ୍କ ପାଇଁ କେମିତି ରହିପାରେ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 31, 2020

୨୦୨୧ ବର୍ଷଟି ଆପଣଙ୍କ ପାଇଁ କେମିତି ରହିପାରେ, ଜାଣନ୍ତୁ

ମେଷ: ରବି ଓ ବୁଧ ଭାଗ୍ୟ ଭାବରେ ଥାଇ ବର୍ଷ ଆରମ୍ଭ ହେଉଛି। ରବି ଓ ବୁଧଙ୍କ ମିଶ୍ରଣରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ଫଳରେ ଖ୍ୟାତି ମିଳିବା ସହ ନୂତନ ଗୃହ, ଯାନବାହନ କିମ୍ବା ବଡ଼ ସମ୍ପତ୍ତି କିଣିବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସ କରିବେ। ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ। ଛୋଟ ସଫଳତା ସହ ବଡ ସଫଳତା ଦ୍ୱାରା ଆଗକୁ ଗତି କରିପାରିବେ। ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିବେ। ବ୍ୟବସାୟ ଓ ଅଫିସ୍‌ କାମରେ ବିଦେଶ ଯାତ୍ରା କରିବେ ଓ ଏଥିରୁ ବିଶେଷ ଭାବେ ଲାଭବାନ ହେବେ।

ବୃଷ: ଭାଗ୍ୟରେ ପରିବର୍ତ୍ତନ ହେବା ସହ ଅଟକି ଥିବା ଧନ ପ୍ରାପ୍ତି ହେବ। ନିଜର ସମ୍ପର୍କୀୟଙ୍କ ଠାରୁ ସୁଖ ପ୍ରାପ୍ତି ହେବ। ପୈତୃକ ସମ୍ପତ୍ତି ପାଇବେ। ସବୁ କ୍ଷେତ୍ରରେ ଲାଭ ମିଳିବ। ଅବିବାହିତମାନେ ବିବାହ କରିବାର ସୁଯୋଗ ପାଇବେ। ଅନେକ ପ୍ରକାର ଯୋଜନା କରିବେ। ରାହୁ ଜନ୍ମରାଶିରେ ଥିବାରୁ ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ବର୍ଷ ଶେଷକୁ ମିଶ୍ରିତ ଫଳ ଲାଭ ହେବ। ଶନି ନବମ ଭାବରେ ଥିବାରୁ ଆପଣ ସମ୍ମାନ ଓ ପ୍ରତିଷ୍ଠା ହରାଇ ପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ହାନି ହୋଇପାରେ। ଜାଗା ଜମିବାଡ଼ି ନେଇ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ: ମଙ୍ଗଳ ଓ କେତୁ ନୂତନ ଶକ୍ତି ପ୍ରବାହିତ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଆପଣଙ୍କ ମନ୍ଦଗୁଣ ଗୁଡ଼ିକ ସାମ୍ନାକୁ ଆସିବ ନାହିଁ। କାର୍ଯ୍ୟ କ୍ଷେତ୍ରରେ ନୂଆ ନୂଆ ଯୋଜନା ମନରେ ଆସିବ। ବିଦେଶରେ ଶିକ୍ଷା ଲାଭ କରିବାର ସୁଯୋଗ ମିଳିବ। କାରଣ କେତୁ ଆପଣଙ୍କୁ ବିଦେଶ ଯିବାକୁ ପ୍ରେରିତ କରିବେ। ରବି, ବୁଧ ସପ୍ତମ ସ୍ଥାନରେ ଥିବାରୁ ଆପଣଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି କରିପାରେ। ତେଣୁ ଜୀବନସାଥୀଙ୍କ ପ୍ରତି ବିଶ୍ୱାସ ରଖନ୍ତୁ ଓ ସମ୍ପର୍କକୁ ବଜାୟ ରଖନ୍ତୁ।

କର୍କଟ: ଦୀର୍ଘଦିନ ପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ଆକସ୍ମିକ ଧନପ୍ରାପ୍ତି ହେବ। ଗୃହନିର୍ମାଣ, ଜମିଜମା କ୍ରୟ ବିକ୍ରୟ ପାଇଁ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନେ ଜଗି ରଖି ଚଳିଲେ ଭଲ ଲାଭ ପାଇବେ। ବଡ଼ ଗାଡ଼ି କିଣିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବେ। ଶତ୍ରୁମାନେ ପରାସ୍ତ ହେବେ। ଉଚ୍ଚ ଆଶ ସଫଳ ହେବ। ଉଚ୍ଚ ପ୍ରଶଂସା ଲାଭ କରିବେ। ଶ୍ରୀ ହନୁମାନଙ୍କୁ ପୂଜା କଲେ ଲାଭଦାୟକ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ: ରାହୁ କର୍ମ ଭାବରେ ରହି ବୃହସ୍ପତିଙ୍କର କର୍ମ ଭାବକୁ ଦୃଷ୍ଟି ପଡୁଥିବାରୁ ଓ ଶନିଷଷ୍ଠ ଭାବରେ ରହି ରାଜଯୋଗ ସୃଷ୍ଟି କରୁଥିବାରୁ ନିଜ ଭିତରେ ଏକ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଦକ୍ଷତାକୁ ଚିହ୍ନଟ କରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବେ। ଫଳରେ ଆପଣଙ୍କୁ ପ୍ରଶଂସା ଓ ପୁରସ୍କାର ମିଳିବ। ଭୂମି, ସମ୍ପତ୍ତି ଆଦି ମିଳିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ପୂର୍ବରୁ କରିଥିବା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସୁଯୋଗ ପାଇବେ। ସ୍ଥଗିତ ଥିବା କାର୍ଯ୍ୟ ଆରମ୍ଭ କରିପାରିବେ।

କନ୍ୟା: ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଚନ୍ଦ୍ର ଲାଭ ସ୍ଥାନରେ ଥିବାରୁ ଆର୍ଥିକ ଅବସ୍ଥା ଦୃଢ଼ ହେବ।
ଯେଉଁମାନେ ନ୍ୟାୟ କିମ୍ବା ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଉନ୍ନତି ହେବ। ସମୟ ଭଲ ରହୁଥିବାରୁ ଆପଣଙ୍କ ଭାଗ୍ୟ ବୃଦ୍ଧି ହେବା ସହ କର୍ମ କ୍ଷେତ୍ରରେ ଉନ୍ନତି ହେବ। ଗୁରୁଙ୍କ କୃପାରୁ ଏହି ସମୟରେ ଅଟକିଥିବା କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ କରିପାରିବେ। ଯୋଜନା କରିଥିବା କାର୍ଯ୍ୟକୁ ଆରମ୍ଭ କରିପାରିବେ। ସୃଜନଶୀଳ ଲୋକଙ୍କ ପାଇଁ ସମୟ ଭଲ ରହିବ। ହଠାତ୍ ଗୁପ୍ତଧନ ପ୍ରାପ୍ତି ହେବ। ଧନ ବୃଦ୍ଧି ହୋଇ ଆର୍ଥିକ ସ୍ଥିତି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।

ତୁଳା: ଛଅଟି ଗ୍ରହ ଆପଣଙ୍କ ବିପକ୍ଷରେ ଥିଲାବେଳେ ତିନୋଟି ଅସ୍ଥିର ଗ୍ରହ ଆପଣଙ୍କ ସପକ୍ଷରେ ରହୁଛନ୍ତି। ଫଳରେ କାର୍ଯ୍ୟ ଦକ୍ଷତା ବଢ଼ିବ। ଅର୍ଥ, ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ଗୁରୁ, ଶନି ଚତୁର୍ଥ ଭାବରେ ରହୁଥିବାରୁ ପ୍ରାୟ କାର୍ଯ୍ୟରେ ବାଧା ଦେଖାଦେବ। ନୂତନ ଗୃହ ତିଆରି କରିପାରିବେ। ଏକ ନୂତନ ଆତ୍ମବିଶ୍ୱାସ ଜନ୍ମ ହୋଇ ମାନସମ୍ମାନ ବଢ଼ିବ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ଜୀବନରେ ଭଲରେ କଟିବ।

ବିଛା: ପରିବାରର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ଉଚିତ୍ ମାର୍ଗଦର୍ଶନ ପାଇବେ। ଯେଉଁ ଯୋଜନା କରିଥିବେ ତାକୁ କାର୍ଯ୍ୟକାରୀ କରିବାର ବାଟ ବି ପାଇବେ। ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଭଲ ନିଷ୍ପତ୍ତି ନେଇ ପାରିବେ। ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ହେବା ସହ ନୂତନ ଗୃହ ଏବଂ ନୂତନ ଯାନବାହନ ଇତ୍ୟାଦି ପାଇବେ। ଜନ୍ମ ସ୍ଥାନକୁ ଯିବା, ଘରକୁ ପରିବର୍ତ୍ତନ କରିବା ଆଦିର ଯୋଗ ସୃଷ୍ଟି ହେଉଛି। ବ୍ୟକ୍ତିଗତ ଜୀବନରେ ପ୍ରେମ ଓ ବିବାହ ଆଦି ଯୋଗ ସୃଷ୍ଟି ହେବ। ପିଲାମାନେ ପରୀକ୍ଷାରେ ସଫଳତା ପାଇବେ।

ଧନୁ: ପରିଶ୍ରମ କରି ଯେଉଁ କାର୍ଯ୍ୟ କରିଥିବେ, ତାହାର ଭଲ ପରିଣାମ ମିଳିବା ସହ ଅଟକିଥିବା କାର୍ଯ୍ୟକୁ ପୂରଣ କରିପାରିବେ। ନୂତନ ଯୋଜନା ସଫଳ ହେବ। ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଘରେ ପୂଜା ପାଠ କରିବେ। କୌଣସି ତୀର୍ଥ ସ୍ଥାନ ପରିଦର୍ଶନ କରିପାରନ୍ତି। ରାହୁ ଷଷ୍ଠ ଭାବରେ ବୃଷରାଶିରେ ଥିବାରୁ ରାଜଯୋଗ ସୃଷ୍ଟି କରୁଛନ୍ତି। ଫଳରେ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟକୁ ଚାଲୁ କରିବାକୁ ସକ୍ଷମ ହେବେ।

ମକର: ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆତ୍ମ ସମ୍ମାନ ବୃଦ୍ଧି ହେବ। ଧୈର୍ଯ୍ୟ ସହିତ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ପାଇବେ। ବୃହସ୍ପତି ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରି ଦ୍ୱିତୀୟ ଭାବରେ ରହିବା ଫଳରେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ଧୈର୍ଯ୍ୟ ଓ ସାହାସ ମିଳିବ। ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧନ ଦେବା ନେବା ପ୍ରକ୍ରିୟା ଆଗକୁ ଆଗେଇବ। ଶତ୍ରୁମାନେ ମଧ୍ୟ ଆପଣଙ୍କ ପ୍ରତି ପ୍ରଭାବିତ ହୋଇପାରନ୍ତି।
ଫଳରେ ଆପଣଙ୍କ କାର୍ଯ୍ୟ ଓ ପରାକ୍ରମରେ ଉନ୍ନତି ହେବ। କିନ୍ତୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କୁମ୍ଭ: ଅବିବାହିତ ଯୁବକଯୁବତୀମାନେ ବିବାହ କରିପାରିବେ। ଅଚାନକ ଏକ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ। ବର୍ଷ ଶେଷ ଆଡ଼କୁ ସ୍ୱାସ୍ଥ୍ୟ ଭଲ ରହିବ। ବୃତ୍ତି, ପ୍ରେମ, ଅର୍ଥ ଭଳି କ୍ଷେତ୍ରରେ ସଫଳତା ପାଇବେ। ଦକ୍ଷତା ବୃଦ୍ଧି ପାଇବ ଓ ଉନ୍ନତିର ବାଟ ଦେଖା ଦେବ। ଆପଣଙ୍କ କ୍ୟାରିୟରରେ ସଫଳତାର ବାଟ ଖୋଲିଯିବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇପାରିବେ।

ମୀନ: ଦୀର୍ଘ ଦିନପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ଜାଗା, ଜମି ଓ ଦାମୀ ଗାଡ଼ି କ୍ରୟ କରିବେ। କ୍ୟାରିୟରରେ ଭଲ ସଫଳତା ପାଇବେ। ସୁଖ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀ ସଫଳତା ପାଇବେ।

The post ୨୦୨୧ ବର୍ଷଟି ଆପଣଙ୍କ ପାଇଁ କେମିତି ରହିପାରେ, ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/350paH9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages