ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପରୀ ଗାଁକୁ ଯିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ନୂଆକରି ଦାୟିତ୍ୱ ନେବା ପରେ ସେ ଗତକାଲି ରଜଧାନୀ ଭୁବନେଶ୍ୱରରେ ପହଂଚିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡି.ପୁରନ୍ଦେଶ୍ୱରୀ ଓଡ଼ିଶାରେ ପହଞ୍ଚିବା ପରେ ଆଜି ନୟାଗଡ ଗସ୍ତରେ ଯିବେ । ସେଠାରୁ ପରୀ ହତ୍ୟାକାଣ୍ଡ ଘଟଣାରେ ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ୱ ନେବା ପରେ ଡି.ପୁରନ୍ଦେଶ୍ୱରୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।
ବିଜେପି ପ୍ରଭାରୀଙ୍କ ତିନି ଦିନିଆ ଗସ୍ତକାଳରେ ସେ ରାଜ୍ୟ ବିଜେପିର ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ କରିବେ । ଏଥିସହ ଦଳକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ୧୨ ତାରିଖ ପର୍ଯ୍ୟନ୍ତ ଦଳୀୟ ପଦାଧିକାରୀ, ସାଂସଦ, ବିଧାୟକ ଏବଂ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ୨୦୨୨ ପୌର ନିର୍ବାଚନ ଓ ୨୦୨୪ ସଧାରଣ ନିର୍ବାଚନ ପାଇଁ ଦଳର ଭବିଷ୍ୟତ ରଣନୀତି କିଭଳି ପ୍ରସ୍ତୁତ ହେବ ସେ ସମ୍ପର୍କରେ ଦଳୀୟ ନେତାଙ୍କୁ ଡି.ପୁରନ୍ଦେଶ୍ୱରୀ ଗୁରୁମନ୍ତ୍ର ଦେବେ ବୋଲି କୁହାଯାଉଛି।
The post ପରୀ ପରିବାରକୁ ଭେଟିବେ ବିଜେପି ରାଜ୍ୟ ପ୍ରଭାରୀ appeared first on Odisha Reporter.
from Odisha Reporter https://ift.tt/3oEdFwt
No comments:
Post a Comment