କାଲିଠୁ ବଢ଼ିବ ଶୀତ, ନୂଆବର୍ଷରେ ବି ଥରାଇବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 28, 2020

କାଲିଠୁ ବଢ଼ିବ ଶୀତ, ନୂଆବର୍ଷରେ ବି ଥରାଇବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ । ଜାନୁଆରୀ ୨ ଯାଏଁ ଓଡ଼ିଶାରେ ପ୍ରବଳ ଶୀତ ହେବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ଅନେକ ସ୍ଥାନରେ ୧୧ରୁ ୧୦ ଡିଗ୍ରୀ ଯାଏ ପାରଦ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲିଠାରୁ ରାଜ୍ୟର ୬ ଜିଲ୍ଲାରେ ଅତ୍ୟଧିକ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲ୍ଲୋ ଓ୍ୱାର୍ଣ୍ଣିଂ । ଏନେଇ ଏସଆରସି ମଧ୍ୟ ସତର୍କତା  ସୂଚନା ଜାରି କରିଛନ୍ତି।

ଏହି ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ । ଶୀତ ଦୃଷ୍ଟିରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି SRC ।

ଏପଟେ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି।  ନିରାଶ୍ରୟଙ୍କ ରାତ୍ର ରହଣି ଲାଗି BMCରେ ଅସ୍ଥାୟୀ ଆଶ୍ରୟ ଗୃହ ଖୋଲିବାକୁ ଭୁବନେଶ୍ୱର ବ୍ଲକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି BMCର ଅତିରିକ୍ତ କମିଶନର ।

ବିଭିନ୍ନ ସ୍କୁଲକୁ ସାମୟିକ ଆଶ୍ରୟ ଗୃହ ଭାବେ ବ୍ୟବହାର ଲାଗି ନିର୍ଦ୍ଦେଶ ରହିଛି । IRC ଭିଲେଜସ୍ଥିତ ସରକାରୀ ନୋଡାଲ ସ୍କୁଲରେ ଓ ବୁଦ୍ଧେଶ୍ୱରୀ କଲୋନୀର ଷ୍ଟେସନ୍ ବଜାର ୟୁପି ସ୍କୁଲରେ ଆଶ୍ରୟ ଗୃହ ଲାଗି ଚିଠି ଲେଖାଯାଇଛି।

The post କାଲିଠୁ ବଢ଼ିବ ଶୀତ, ନୂଆବର୍ଷରେ ବି ଥରାଇବ appeared first on Odisha Reporter.



from Odisha Reporter https://ift.tt/2MjiFJb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages