ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଉଥିବା ୨ୟ ଟେଷ୍ଟରେ ଭାରତ ବିଜୟ ଅଭିମୁଖେ ଅଗ୍ରସର ହୋଇଛି। ୨ୟ ଇନିଂସରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ କରି ଅଷ୍ଟ୍ରେଲିଆକୁ ୨୦୦ ରନରେ ଅଲଆଉଟ୍ କରିଦେଇଛନ୍ତି। ଫଳରେ ମେଲବର୍ଣ୍ଣ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ମାତ୍ର ୭୦ ରନ୍ ଦରକାର।
ଆଜି ଅଷ୍ଟ୍ରେଲିଆ ତା’ର ପୂର୍ବଦିନର ସ୍କୋର ୧୩୩/୬ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ସେଟ୍ ବ୍ୟାଟ୍ସମ୍ୟାନ୍ କାମେରନ୍ ଗ୍ରୀନ୍ ଓ ପ୍ୟାଟ୍ କମିନ୍ସ ସତର୍କତାର ସହ ଖେଳିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଯଶପ୍ରୀତ ବୁମ୍ରା। ଟିମର ସ୍କୋର ୧୫୬ ଥିବା ବେଳେ କମିନ୍ସ (୨୨) ମୟଙ୍କ ଅଗ୍ରୱାଲଙ୍କୁ କ୍ୟାଚ୍ ଦେଇ ବସିଥିଲେ।
ଗ୍ରୀନ୍ ମଧ୍ୟ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ତାଙ୍କୁ ଡେବ୍ୟୁଟାଣ୍ଟ ମହମ୍ମଦ ସିରାଜ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଗ୍ରୀନ୍ ୧୪୬ ବଲର ସାମ୍ନା କରି ୫ ଚୌକା ସହ ୪୫ ରନର ଇନିଂସ୍ ଖେଳିଥିଲେ। ଶେଷ ଦୁଇଟି ୱିକେଟ୍ ନେବା ପାଇଁ ଭାରତୀୟ ବୋଲରଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲେ।
ନେଥନ ଲାୟନ୍ ମାତ୍ର ୩ ରନ୍ କରି ସିରାଜଙ୍କ ବଲରେ ଏବଂ ଜୋଶ୍ ହେଜଲଉଡ୍ (୧୦)ଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନ୍ କ୍ଲିନ୍ ବୋଲ୍ଡ କରିଥିଲେ। ମିଚେଲ୍ ଷ୍ଟାର୍କ ୧୪ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଭାରତ ପକ୍ଷରୁ ସିରାଜ୍ ୩୭ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା, ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ୍ ପାଇଥିଲେ। ଉମେଶ ଯାଦବ ଗୋଟିଏ ସଫଳତା ନେଇଥିଲେ।
The post ମେଲବର୍ଣ୍ଣ ଟେଷ୍ଟ ଜିତିବା ପାଇଁ ଭାରତକୁ ଦରକାର ୭୦ ରନ୍ appeared first on Odisha Reporter.
from Odisha Reporter https://ift.tt/3mWTMQ2
No comments:
Post a Comment