ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଁରେ ଭାଲୁ ଭୟ। ପୁଣି ଗୋଟିଏ ଭାଲୁ ନୁହେଁ। ସନ୍ଧ୍ୟା ହେଲେ ଗାଁକୁ ଆସୁଛନ୍ତି ଛଅଟି ଭାଲୁ। ଗତକିଛି ହେବ ଲଗାତାର ଭାବେ ଏହି ଭାଲୁମାନେ ସନ୍ଧ୍ୟା ହେଲେ ଗାଁକୁ ପଶୁଛନ୍ତି ଓ ଏଣେତେଣେ ବୁଲୁଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଲଦିଯୋଡ଼ି ଗାଁରେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଖାଦ୍ୟ ଅନ୍ୱେଷଣରେ ସନ୍ଧ୍ୟା ହେଲେ ଭାଲୁମାନେ ଗାଁକୁ ଆସୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁରେ ବୁଲୁଛନ୍ତି ଓ ସକାଳ ହେବା ପୂର୍ବରୁ ଚାଲି ଯାଉଛନ୍ତି। ଏପରିକି ଭାଲୁମାନେ ଗାଁର ଜଣେ ମହିଳାଙ୍କୁ ଆକ୍ରମଣ କରି ସାରିଛନ୍ତି। ଏହି ମହିଳା ଜଣଙ୍କ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ତେଣୁ ସନ୍ଧ୍ୟା ହେଲେ ଆଉ କେହି ଘରୁ ବାହାରୁ ନାହାନ୍ତି।
ଜଣେ ଗ୍ରାମବାସୀ କହିଛନ୍ତି, ଭାଲୁ ଯୋଗୁ ଗାଁର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ ହୋଇଯାଇଛନ୍ତି। ସେମାନେ ସନ୍ଧ୍ୟା ହେଲେ ଘରୁ ବାହାରକୁ ଶୌଚ ଯିବା ପାଇଁ ଡରୁଛନ୍ତି। ଭାଲୁମାନେ କେତେବେଳେ ଆସୁଛନ୍ତି କହି ହେବ ନାହିଁ। କେତେବେଳେ ସନ୍ଧ୍ୟା ୫ଟାରୁ ଆସୁଛନ୍ତି ତ କେତେବେଳେ ୬ଟାରୁ। ଗାଁରେ ଏଣେତେଣେ ବୁଲୁଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନାହିଁ। ଲଦିଯୋଡ଼ି ବନ ବିଭାଗ ମଧ୍ୟ ଆମକୁ ସୁରକ୍ଷା ଦେବାକୁ କିଛି ପଦକ୍ଷେପ ନେଉ ନାହିଁ।
The post ରାତି ହେଲେ ଗାଁରେ ବୁଲୁଛନ୍ତି ଭାଲୁ appeared first on Odisha Reporter.
from Odisha Reporter https://ift.tt/3nXjViV
No comments:
Post a Comment