ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ମୋହ ଛାଡ଼ିଲାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ମୋହ ଛାଡ଼ିଲାଣି

ପାଟଣା: ଅରୁଣାଚଳ ପ୍ରଦେଶର ଛଅ ଜେଡିୟୁ ବିଧାୟକ ବିଜେପିରେ ମିଶିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଗତକାଲି ଦଳର ନୂଆ ଅଧ୍ୟକ୍ଷ ରାଜ୍ୟସଭା ସାଂସଦ ଆରପି ସିଂଙ୍କ ନାଁ ଘୋଷଣା କରିବା ପରେ ନୀତୀଶ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ କହିଛନ୍ତି, ମେଣ୍ଟ ରାଜନୀତିରେ ଏହା ଶୋଭା ପାଉନି। ବାଜପେୟୀଙ୍କ ସମୟରେ ହୋଇଥିବା ମେଣ୍ଟ ମାର୍ଗଦର୍ଶିକାକୁ ଅନୁସରଣ କରିବା ଦରକାର। ଯାହାକି ବିହାରରେ ୧୫ ବର୍ଷ ହେବ ପାଳନ ହୋଇଆସୁଛି। ବିଜେପିର ନାଁ ନେଇ ଏଭଳି କହିଛନ୍ତି କେସି ତ୍ୟାଗୀ।

ନୀତୀଶ କୁମାର କହିଛନ୍ତି, ମୋର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ। ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛି। ବିଜେପିକୁ ଜନାଦେଶ ମିଳିଛି। ଯଦି ଆଉ କେହି ମୁଖ୍ୟମନ୍ତ୍ରୀ ଆସନରେ ବସିବେ ତାହେଲେ ମୋର କୌଣସି ଆପତ୍ତି ନାହିଁ। ମୁଁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛି।

ସେହିପରି ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବା ପରେ ସାଂସଦ ତଥା ପୂର୍ବତନ ଆଇଏଏସ ଆର ପି ସିଂ ବିଜେପିର ନାଁ ନନେଇ ଜେଡିୟୁର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଜେଡିୟୁ କେବେ କାହାରିକୁ ଧୋକ୍କା ଦିଏନି କି ଷଡ଼ଯନ୍ତ୍ର କରେନି।

ସେହିପରି ରାଜ୍ୟରେ ‘ଲଭ୍ ଜିହାଦ୍’ ବିରୋଧରେ ଆଇନ୍ ହୋଇପାରିବ ନାହିଁ ବୋଲି କେସି ତ୍ୟାଗୀ ସ୍ପଷ୍ଟ କରିଛନ୍ତି। ଯାହାକି ବିଜେପି ଶାସିତ ରାଜ୍ୟର ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି।

The post ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ମୋହ ଛାଡ଼ିଲାଣି appeared first on Odisha Reporter.



from Odisha Reporter https://ift.tt/2KXdVrN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages