ପୁରୀ (ଓଡ଼ିଶା ରିପୋର୍ଟର): ନଭେମ୍ବର ୧୯ ତାରିଖରେ ପୁରୀ ବାସେଳି ସାହି ଥାନା ପୁଲିସ୍ ହେପାଜତରେ କେ. ରମେଶ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଯାଇଛି। ଆଉ ଏହି ରିପୋର୍ଟ ଦେଇଛି ଲୋମ ଟାଙ୍କୁରା ତଥ୍ୟ।
ଏହି ରିପୋର୍ଟ ଅନୁଯାୟୀ, ରମେଶଙ୍କ ଶରୀରରେ ୧୬ଟି କ୍ଷତ ଚିହ୍ନ ଥିଲା। ଏହି କ୍ଷତ ଚିହ୍ନଗୁଡ଼ିକ କୌଣସି ଲାଠିର ମାଡ଼ ଓ ଆଘାତ ଯୋଗୁଁ ସୃଷ୍ଟି ହୋଇ ଥାଇପାରେ। ରମେଶଙ୍କ ମସ୍ତିଷ୍କରେ ୨୫୦ ମିଲିଲିଟର ରକ୍ତ ଜମାଟ ବାନ୍ଧିଥିଲା। ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ରମେଶଙ୍କର ମୃତ୍ୟୁ ହୋଇଛି।
ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ୍କୁ ଦିଆଯାଇଥିବାବେଳେ, ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ପୁଲିସ୍ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ଅଭିଯୋଗକୁ ତତ୍କାଳୀନ ପୁରୀ ଏସ୍ପି ଅଖିଳେଶ୍ୱର ସିଂ ଖଣ୍ଡନ କରିଥିଲେ। ସେ କହିଥିଲେ, ରମେଶ ଜଣେ ହାର୍ଡକୋର କ୍ରିମିନାଲ୍ ଥିଲେ । ସେ ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇ ତାଙ୍କୁ କାବୁ କରିବାକୁ ଯିବା ବେଳେ ପୁଲିସ୍ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଫଳରେ ସେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ତାହା ସତ ନୁହେଁ ବୋଲି ସେ କହିଥିଲେ।ଏହି ଘଟଣା ପରେ ଅଖିଳେଶ୍ୱର ସିଂଙ୍କୁ ବଦଳି କରି ଦିଆଯାଇଥିଲା।
The post ଆସିଲା ରମେଶଙ୍କ ବ୍ୟବଚ୍ଛେଦ ରିପୋର୍ଟ; ମୁଣ୍ଡରେ ଆଘାତ ସହ ଦେହରେ ଥିଲା ୧୬ କ୍ଷତ ଚିହ୍ନ appeared first on Odisha Reporter.
from Odisha Reporter https://ift.tt/3lL0YxS
No comments:
Post a Comment