ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନିଜର ୧୨ ବିଘା ସମ୍ପତ୍ତି ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ଜଣେ ୮୫ ବର୍ଷୀୟ ବୃଦ୍ଧା। ମହିଳା ଜଣଙ୍କ ତହସିଲରେ ପହଞ୍ଚି ଏଭଳି କହିବା ପରେ ପାଖରେ ଥିବା ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଆଉ ବୃଦ୍ଧା ଜଣଙ୍କ ନିଜ ଜିଦରେ ଅଟଳ।
ଉତ୍ତରପ୍ରଦେଶର ମେନପୁରୀ ଜିଲ୍ଲାରେ ଏଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ୮୫ ବର୍ଷ ବୟସ୍କା ମହିଳା ବିଟାନ ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ତାଙ୍କର ସମସ୍ତ ଜମିର ମାଲିକାନା ଦେବାକୁ ଚାହୁଁଛନ୍ତି।
ବିଟାନ ଦେବୀ ମୋଦି ସରକାରଙ୍କ ଯୋଜନାରେ ପ୍ରଭାବିତ ହୋଇ ଏଭଳି କରିଛନ୍ତି। ଏହି ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ବିଟାନ ଦେବୀ କହିଛନ୍ତି ଯେ ସେ ସରକାରଙ୍କଠାରୁ ପେନସନ୍ ନେଉଛନ୍ତି, ଯାହା ତାଙ୍କୁ ଚଳିବାରେ ସହଯୋଗ କରୁଛି। ତାଙ୍କର ଦୁଇ ପୁଅ ଏବଂ ଦୁଇ ବୋହୂ ଅଛନ୍ତି, ହେଲେ କେହି ତାଙ୍କ ଯତ୍ନ ନେଉନାହାଁନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅତ୍ୟନ୍ତ ପ୍ରଭାବିତ ହୋଇ ବିଟନ୍ ଦେବୀ ତାଙ୍କର ସମସ୍ତ ୧୨ ବିଘା ଜମି ପ୍ରଧାନମନ୍ତ୍ରୀଙ୍କୁ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
କରୋନା ବେଳେ ସେ କେନ୍ଦ୍ର ସରକାର ଦ୍ୱାରା ମାଗଣା ଖାଦ୍ୟ ପାଇଥିଲେ ଏବଂ କୁଆପଥର ଦ୍ୱାରା କ୍ଷତିଗ୍ରସ୍ତ ଫସଲରୁ ମଧ୍ୟ ଉପକୃତ ହୋଇଥିଲେ। କେବଳ ଏତିକି ନୁହେଁ କିସନ ସାମମାନ ନିଧି ଜରିଆରେ ମଧ୍ୟ ସେ ଆର୍ଥିକ ସହାୟତା ପାଇଛନ୍ତି ବୋଲି କହିଛନ୍ତି। ସମସ୍ତ ଯୋଜନାର ଉପକୃତ ହୋଇ ମୋଦିଙ୍କ ଉପରେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି ଏବଂ ଏହି କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।
ତେବେ ଗୁରୁବାର ଏସଡିଏମଙ୍କ ସାମ୍ନାରେ ବିଟନ ଦେବୀଙ୍କ ପରିବାର ଲୋକେ ହାଜର ହୋଇଥିଲେ। ସେମାନେ ତାଙ୍କ ମାଆର ଯତ୍ନ ନେବେ ବୋଲି କହିଛନ୍ତି। ତାଙ୍କ ମାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ତେଣୁ ସେ ବାରମ୍ୱାର ନିଜ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ନାମରେ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ତେବେ ଜମି ସମ୍ପର୍କରେ କୌଣସି ନିଷ୍ପତ୍ତି ନ ନେବାକୁ ଏସଡିଏମଙ୍କୁ ଅନୁରୋଧ କରିଛନ୍ତି ବୃଦ୍ଧାଙ୍କ ପରିବାର ଲୋକେ
The post ମୋଦିଙ୍କ ନାମରେ ସମ୍ପତ୍ତି ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ବୃଦ୍ଧା appeared first on Odisha Reporter.
from Odisha Reporter https://ift.tt/3oq3N9l
No comments:
Post a Comment