ଜେନେଭା: ବିଶ୍ୱ ଏବେ କରୋନା ମହାମାରୀର ଅନ୍ତ ନେଇ ସ୍ୱପ୍ନ ଦେଖିବା ଦରକାର। ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ ଜାତିସଂଘର ସାଧାରଣ ଅଧିବେଶନକୁ ଉଦବୋଧନ ଦେଇ ଏହା କହିଛନ୍ତି।
ସେ କହିଛନ୍ତି, ଗରିବ ଦେଶଗୁଡ଼ିକ କିପରି କରୋନା ଟିକା ପାଇପାରିବେ ସେ ନେଇ ଧନୀ ଏବଂ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଯତ୍ନବାନ ହେବା ଉଚିତ୍। କରୋନା ଟିକା ନେଇ ସେମାନେ ଗରିବ ଦେଶ ମାନଙ୍କ ବାଟ ଓଗାଳିବାକୁ ଚେଷ୍ଟା ନକରିବା ଉଚିତ। ସେହିପରି ସମସ୍ତେ କିଭଳି ଟିକା ପାଇବେ ସେ ବାବଦରେ ଚିନ୍ତା କରିବା ଉଚିତ୍।
ଟେଡ୍ରୋସ କହିଛନ୍ତି, କରୋନା ମହାମାରୀ ବେଳେ ଅନେକ ଭଲ ଏବଂ ଖରାପ ଉଦାହରଣ ଦେଖିବାକୁ ମିଳିଛି। ସଂକ୍ରମଣ ଏବଂ ମୃତ୍ୟୁ ହାରକୁ ନେଇ କିଛି ଦେଶ ତଥ୍ୟ ଲୁଚାଉଛନ୍ତି। ଯେଉଁଠି ମହାମାରୀ ଚିକିତ୍ସାରେ ବିଜ୍ଞାନକୁ ଗୁରୁତ୍ୱ ଦିଆ ନଯାଏ ସେଠାରେ ସମାଜ ଭାଗ ଭାଗ ହୁଏ ଓ ଏକତା ନଷ୍ଟ ହୁଏ। ସେହିଭଳି ଅନେକ ମୃତ୍ୟୁ ପଛରେ କିଛି ଲୋକଙ୍କ ସ୍ୱାର୍ଥ ଥାଏ ଓ ଏହା ଦ୍ୱାରା ଭାଇରସ୍ ଆହୁରି ବ୍ୟାପୀ ଥାଏ।
ସେ ଆହୁରି କହିଛନ୍ତି, ଏବେ ଟିକା ବିତରଣ ପାଇଁ ୪.୩ ବିଲିୟନ ଡଲାର ଦରକାର। କିନ୍ତୁ ୨୦୨୧ରେ ଟିକା ବିତରଣ ପାଇଁ ଆହୁରି ୨୩.୯ ବିଲିୟନ ଡଲାର ଆବଶ୍ୟକ ହେବ। ତେବେ ଟିକା ଦ୍ୱାରା ଯେ ଆମ ସମସ୍ୟାର ସମାଧାନ ହୋଇଯିବ, ତାହା କହି ହେବ ନାହିଁ। ଆଗକୁ ଦାରିଦ୍ର୍ୟ, ଅପପୃଷ୍ଟି, ଅସମାନତା ଓ ଜଳବାୟୁ ପରିବର୍ତ୍ତନକୁ ଆମକୁ ସାମ୍ନା କରିବାକୁ ହେବ।
ଏହା ସହିତ କରୋନା ମୁକାବିଲା ନେଇ ଯେଉଁ ଦେଶଗୁଡ଼ିକ ଠୋସ୍ ପଦକ୍ଷେପ ନାଇ ନାହାନ୍ତି, ସେମାନଙ୍କୁ ଟେଡ୍ରୋସ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅନେକ ଦେଶ ମହାମାରୀର ସାମ୍ନା କରିବା ପାଇଁ ପ୍ରସ୍ତୁତ ନଥିଲେ। ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ପଦାରେ ପଡ଼ି ଯାଇଛି।
ଏହି ଦୁଇ ଦିନିଆ ସାଧାରଣ ସଭା ଅଧିବେଶନର ଉଦ୍ଘାଟନ ଗୁରୁବାର ହୋଇଥିଲା। ଟିକା ପାଇଁ ଆବଶ୍ୟକ ଥିବା ଟଙ୍କା ବାବଦରେ ୟୁଏନ୍ ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏଥିରେ ଗୁରୁତ୍ୱ ଦେଇଥିଲେ।
ସୂଚନାଯୋଗ୍ୟ, ଏବେ ଦୁଇଟି ପ୍ରମୁଖ ଟିକା ତିଆରି ହୋଇସାରିଛି। ମଡର୍ଣ୍ଣା ଏବଂ ଫାଇଜର ଟିକା କରୋନା ପ୍ରତିଷେଧକ ଭାବେ ଅନୁମତି ପାଇଛି। ଆଉ କିଛି ପ୍ରକ୍ରିୟା ବାକି ରହିଛି। ଏହାପରେ ଏହି ଟିକା ନେଇ ହେବ। ଏ ନେଇ ଭାରତ, ବ୍ରିଟେନ, ଋଷିଆ ସମେତ ଅନେକ ଦେଶ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।
The post ‘କରୋନା ମହାମାରୀର ଅନ୍ତ ପାଇଁ ବିଶ୍ୱ ଏବେ ସ୍ୱପ୍ନ ଦେଖିବା ଦରକାର’ appeared first on Odisha Reporter.
from Odisha Reporter https://ift.tt/3opZAm3
No comments:
Post a Comment