ବୃଦ୍ଧକାଳରେ ବାଲ୍ୟବନ୍ଧୁଙ୍କୁ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ବୃଦ୍ଧକାଳରେ ବାଲ୍ୟବନ୍ଧୁଙ୍କୁ ମାରିଦେଲେ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଦୁହିଁଙ୍କ ବୟସରେ ଗୋଟିଏ ବର୍ଷର ପାର୍ଥକ୍ୟ ଥିଲା। ହେଲେ ଦୁହେଁ ଥିଲେ ବନ୍ଧୁ। ଛୁଆ ବେଳୁ ଦୁହେଁ ଭଲ ବନ୍ଧୁ ଥିଲେ। କିନ୍ତୁ ବୃଦ୍ଧାବସ୍ଥାରେ ଜଣେ ଆଉ ଜଣଙ୍କୁ ଶାବଳରେ ଆକ୍ରମଣ କରି ମାରି ଦେଲେ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗାଁରେ।

ମୃତକଙ୍କ ନାଁ ଗେଣ୍ଡରା କୁଜୁରୁ। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେହିପରି ତାଙ୍କ ବନ୍ଧୁ ତଥା ଅଭିଯୁକ୍ତଙ୍କ ନାଁ ଭୀମ ନାୟକ (୬୮)।

ମିଳିଥିବା ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଭୀମ ଉତ୍ତେଜିତ ହୋଇ ପାଖରେ ଥିବା ଏକ ଲୁହା ଶାବଳରେ ଗେଣ୍ଡରା କୁଜୁରୁଙ୍କୁ ମୁଣ୍ଡରେ ପ୍ରହାର କରିଥିଲେ।

ଗେଣ୍ଡରାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ କିସିଣ୍ଡା ପୁଲିସ ଅଭିଯୁକ୍ତ ଭୀମ ନାୟକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

The post ବୃଦ୍ଧକାଳରେ ବାଲ୍ୟବନ୍ଧୁଙ୍କୁ ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/3pb4CU3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages