ଡକ୍ଟର ଆୟୁଷ୍ମାନ ଖୁରାନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ଡକ୍ଟର ଆୟୁଷ୍ମାନ ଖୁରାନା!

ମୁମ୍ବାଇ: ଖୁବଶୀଘ୍ର ଡାକ୍ତର ବନିବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ହାତରେ ଧରିବେ ଷ୍ଟେଥସ୍କୋପ ଏବଂ ପିନ୍ଧିବେ ଡାକ୍ତରଙ୍କ କୋଟ।ଆୟୁଷ୍ମାନଙ୍କୁ ତାଙ୍କ ଅପକମିଂ ଫିଲ୍ମରେ ପ୍ରଥମକରି ଡାକ୍ତର ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ଆଗାମୀ ଫିଲ୍ମ ‘ଡକ୍ଟର-ଜୀ’ରେ ସେ ଡାକ୍ତର ଚରିତ୍ରରେ ନଜର ଆସିବେ।

ଅଭିନେତା ଆୟୁଷ୍ମାନ ଖୁରାନା ସର୍ବଦା ନୂଆ ନୂଆ ଇନୋଭେଟିଭ ପ୍ରୋଜେକ୍ଟରେ କାମ କରିବା ପାଇଁ ପସନ୍ଦ କରନ୍ତି।  ବିକ୍କି ଡୋନର, ବରେଲି କି ବର୍ଫି, ବଧାଇ ହୋ ଏବଂ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ ଭଳି ଫିଲ୍ମରେ କାମ କରିବା ପରେ ଏବେ ଆୟୁଷ୍ମାନ ଜଙ୍ଗଲି ପିକଚର୍ସ ସହ ହାତ ମିଳାଇଛନ୍ତି।

ଏକ ସାକ୍ଷାତକାରରେ ଆୟୁଷ୍ମାନ କହିଛନ୍ତି, ”ଫିଲ୍ମର ସ୍କ୍ରିପ୍ଟ ପଢ଼ିବା ପରେ ମୁଁ ତୁରନ୍ତୁ ଏହି ଫିଲ୍ମ ପାଇଁ ହଁ କରିଦେଇଥିଲି। ମୋତେ ଫିଲ୍ମର ସ୍କ୍ରିପ୍ଟ ବେଶ ଭଲ ଲାଗିଲା। ଫିଲ୍ମର କାହାଣୀ ବେଶ ଇନୋଭେଟିଭ ଏବଂ ନିଆରା। ଏହା କେବଳ ଦର୍ଶକଙ୍କୁ ହସାଇବ ତାହା ନୁହେଁ, ଲୋକଙ୍କୁ ଏକ ଭଲ ବାର୍ତ୍ତା ମଧ୍ୟ ଦେବ।”

ଆୟୁଷ୍ମାନଙ୍କୁ ଶେଷଥର ପାଇଁ ଫିଲ୍ମ ‘ଗୁଲାବୋ ସିତାବୋ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଅମିତାଭ ବଚ୍ଚନଙ୍କ ଅପୋଜିଟରେ କାମ କରିଥିଲେ। ଫିଲ୍ମରେ ସେ ଜଣେ ଭଡାଟିଆ ଭୂମିକାରେ ନଜର ଆସିଥିଲେ । ଓଟିଟି ପ୍ଲାଟଫର୍ମରେ ଫିଲ୍ମଟିକୁ ରିଲିଜ କରାଯାଇଥିଲା।

The post ଡକ୍ଟର ଆୟୁଷ୍ମାନ ଖୁରାନା! appeared first on Odisha Reporter.



from Odisha Reporter https://ift.tt/2J9zvZx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages