ଜେନେଭା: ଗୁରୁବାର ଠାରୁ ମିଳିତ ଜାତିସଂଘ ସାଧାରଣ ସଭାରେ କୋଭିଡ -୧୯ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କରୋନାର ପ୍ରଭାବ ଏବଂ ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟର ମୁକାବିଲା ନେଇ ଆଲୋଚନା ହେବ। ଏହି ବୈଠକରେ ୧୦୦ରୁ ଅଧିକ ବିଶ୍ୱର ନେତା ଏବଂ ମନ୍ତ୍ରୀ ଏକାଠି ହୋଇଛନ୍ତି। ବୈଠକ ପୂର୍ବରୁ ଜାତିସଂଘର ଏହି ସାଧାରଣ ସଭାର ସଭାପତି ଭୋଲକାନ ବୋଜକିର କହିଛନ୍ତି ଯେ କୋଭିଡକୁ ହରାଇବା ପାଇଁ ଏହି ବୈଠକ ଏକ ବଡ଼ ଭୂମିକା ନେବ।
ସେ ଆହୁରି କହିଛନ୍ତି ଯେ ଟିକା ନେଇ ଖବର ଆସୁଛି। କେଉଁ ଦେଶ ଟିକାକୁ ଅନୁମତି ଦେଇଛ ତ ଆଉ କିଛି ଦେଶ ଟିକାକୁ ଅପେକ୍ଷା କରିଛି ଅନ୍ୟ ଦେଶ ପାଖରୁ କିଣିବାକୁ। ଅନେକ ଦେଶ ମଧ୍ୟ କରୋନା ମୁକାବିଲା ପାଇଁ ପ୍ରଚୁର ଟଙ୍କା ଜରିଆରେ ଟିକା କିଣିବାକୁ ନିଷ୍ପତ୍ତି ନେଇଛନ୍ତି।
ଗୁରୁବାର ଓ ଶୁକ୍ରବାର ଚାଲିବାକୁ ଥିବା ଏହି ବୈଠକରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏବଂ ବୋଜକିର ପ୍ରଥମେ ଉଦବୋଧନ ଦେବ। ପରେ ୧୪୦ରୁ ଅଧିକ ଦେଶର ନେତା ଓ ମନ୍ତ୍ରୀମାନେ ଏହି ଅଧିବେଶନକୁ ସମ୍ବୋଧିତ କରିବେ ବୋଲି ସୂଚନା ରହିଛି।
ଡିସେମ୍ବର ୪ରେ ଏହି ଅଧିବେଶନରେ ‘ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦାର ପୁନାୱାଲାଙ୍କ ଏକ ରେକର୍ଡିଂ ହୋଇଥିବା ବାର୍ତ୍ତାକୁ ମଧ୍ୟ ଉପସ୍ଥିତ ବ୍ୟକ୍ତି ଶୁଣିବେ।
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଜର୍ମାନୀର ଚାନସେଲର ଆଞ୍ଜେଲା ମର୍କେଲ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗୋଙ୍କ ନାମ ପ୍ରମୁଖ ଏହି ଅଧିବେଶନକୁ ସମ୍ୱୋଧନ କରିବେ ବୋଲି ଜଣାପଡ଼ିଛି। ଆମେରିକାର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଲେକ୍ସ ଏଜର ଏହି ଉଚ୍ଚ ସ୍ତରୀୟ ବୈଠକକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ଏହି ସମସ୍ତ କାର୍ଯ୍ୟକ୍ରମ ଅନଲାଇନରେ ହେବ।
The post କରୋନା ଲଢ଼େଇ: ଜାତିସଂଘରେ ଦୁଇ ଦିନିଆ ଆଲୋଚନା appeared first on Odisha Reporter.
from Odisha Reporter https://ift.tt/3qq6Hg7
No comments:
Post a Comment