ପରୀ ହତ୍ୟା ମାମଲା: ସରୋଜଙ୍କ ମା’ ଓ ଭଉଣୀଙ୍କୁ ଛାଡ଼ିଲା ଏସ୍‌ଆଇଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ପରୀ ହତ୍ୟା ମାମଲା: ସରୋଜଙ୍କ ମା’ ଓ ଭଉଣୀଙ୍କୁ ଛାଡ଼ିଲା ଏସ୍‌ଆଇଟି

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗତକାଲି ଏସ୍‌ଆଇଟି ସରୋଜ ସେଠୀଙ୍କ ସହିତ ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିଲା। ତେବେ ୧୨ ଘଣ୍ଟା ଧରି ପଚରାଉଚରା କରିବା ପରେ ସରୋଜଙ୍କ ମା’ ଓ ଭଉଣୀଙ୍କୁ ଏସ୍‌ଆଇଟି ଛାଡ଼ି ଦେଇଛି। କିନ୍ତୁ ସରୋଜଙ୍କୁ ଅଟକ ରଖିଛି ଏସ୍‌ଆଇଟି। ପଚରାଉଚରା କରିବା ସହିତ ସେମାନଙ୍କ ସମସ୍ତଙ୍କର ଲାଏ ଡିଟେକ୍ସନ କରାଯାଇଥିବା ସରୋଜଙ୍କ ଭଉଣୀ କହୁଛନ୍ତି।

ସରୋଜ ହେଉଛନ୍ତି ‘ପରୀ’ର ଗାଁ ଲୋକ ତଥା ପଡ଼ୋଶୀ। ଗତକାଲି ଏସ୍‌ଆଇଟି ତାକୁ ଉଠାଇବା ପୂର୍ବରୁ ଆଉ ଦୁଇ ଥର ମଧ୍ୟ ପଚରାଉଚରା କରିଥିଲା। ତେବେ ଗତକାଲି ତାଙ୍କ ସହିତ ତାଙ୍କ ମା’ ଓ ଭଉଣୀଙ୍କୁ ନେଇ ପଚରାଉଚରା କରିଥିଲା ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦଳ।

ଏହା ପୂର୍ବରୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସରୋଜ। ସେ କହିଥିଲେ ଯେ ପରୀ ହତ୍ୟା ମାମଲାରେ ଦୋଷ ମୁଣ୍ଡେଇବାକୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ। ସେ ଏହାକୁ ଗ୍ରହଣ କରି ନେଲେ ତାଙ୍କ ବୟସକୁ ୧୮ ବଦଳରେ ୧୭ ବର୍ଷ ଦେଖାଯିବ ବୋଲି କହିଥିଲେ।

ସୂଚନାଯୋଗ୍ୟ, ସ୍ଥାନୀୟ ପୁଲିସ୍‌ ଠାରୁ ନ୍ୟାୟ ପାଇବାରେ ବିଫଳ ହେବା ପରେ ‘ପରୀ’ର ବାପା-ମା’ ଭୁବନେଶ୍ୱର ଆସି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଥିଲା। ବିଭିନ୍ନ ବର୍ଗରୁ ସ୍ୱର ଉଠିବା ପରେ ସରକାର ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

The post ପରୀ ହତ୍ୟା ମାମଲା: ସରୋଜଙ୍କ ମା’ ଓ ଭଉଣୀଙ୍କୁ ଛାଡ଼ିଲା ଏସ୍‌ଆଇଟି appeared first on Odisha Reporter.



from Odisha Reporter https://ift.tt/37zONjF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages