ଜେରୁଜେଲମ: କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ କୋଭିଡ୍ ଟିକା ନେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ଦେଶର ପ୍ରଥମ ବ୍ୟକ୍ତି ଭାବରେ ନେତାନ୍ୟାହୁ ଏହି ଟିକା ନେଇଛନ୍ତି। ଯାହାର ସିଧା ପ୍ରସାରଣ ଟିଭିରେ ହୋଇଛି।
ସେ କହିଛନ୍ତି ନିଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବାକୁ ପ୍ରଥମ ଟିକା ନେଇଛନ୍ତି। ଏମିତି ହେଲେ ଲୋକଙ୍କୁ ପ୍ରେରଣା ଯୋଗାଇବ। ଏହାପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କୋଭିଡ ୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏକାନ୍ତବାସରେ ରହିଥିଲେ। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ନେତାନ୍ୟାହୁ ରବିବାର ଏବଂ ସୋମବାର ଦିନ କୋଭିଡ ୧୯ ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ୍ ଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଇସ୍ରାଏଲରେ ଭାଇରସ ବ୍ୟାପିବାରେ ଲାଗିଛି। ମୋଟ୍ ୩୫୮,୨୯୩ ମାମଲା ଏବଂ ୩,୦୦୩ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
The post ପ୍ରଧାନମନ୍ତ୍ରୀଙ୍କ ଟିକାକରଣର ହେଲା ସିଧାପ୍ରସାରଣ appeared first on Odisha Reporter.
from Odisha Reporter https://ift.tt/3aqYhQ2
No comments:
Post a Comment