ମୁମ୍ବାଇ: ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତଙ୍କ ପିଛା ଛାଡୁନି ବିବାଦ। ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା କଙ୍ଗନାଙ୍କ ଅଡୁଆ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ନିକଟରେ ତାଙ୍କ ବିରୋଧରେ ହୋଇଥିବା ଏକ ମାମଲାର ଯାଞ୍ଚ ପାଇଁ ମହାରାଷ୍ଟ୍ରର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବଲିଉଡର ପ୍ରସିଦ୍ଧ ଗାୟକ ଜାଭେଦ ଅଖତର, କଙ୍ଗନାଙ୍କ ବିରୋଧରେ ଆଣିଥିବା ମାନହାନୀ ମକଦ୍ଦମାର ଶୁଣାଣି କରି ଏହାର ଯାଞ୍ଚ କରିବା ପାଇଁ ମୁମ୍ବାଇ ପୁଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ଜାନୁଆରୀ ୧୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ମିଛ ବୟାନବାଜୀକୁ ନେଇ ଗତ ମାସରେ କଙ୍ଗନାଙ୍କ ବିରୋଧରେ ମୁମ୍ବାଇ ମେଟ୍ରୋପୋଲିଟନ ଅଦାଲତରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ ଜାଭେଦ ଅଖତର। ଏଥିସହ ଘଟଣାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଶନିବାର ଏହି ମାମଲାରେ କୋର୍ଟରେ ଶୁଣାଣି ହୋଇଛି । ଜାଭେଦଙ୍କ ଓକିଲ, ନିଜ ପକ୍ଷ ରଖିବା ସହ ଘଟଣାର ପୂରା ଯାଞ୍ଚ କରିବା ପାଇଁ କୋର୍ଟକୁ ନିବେଦନ କରିଥିଲେ। ଏହାପରେ କୋର୍ଟ ମୁମ୍ବାଇ ଜୁହୁ ପୁଲିସକୁ ମାମଲାର ସବିଶେଷ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ବଲିଉଡରେ ପରିବାରବାଦ ଚାଲିଥିବା ନେଇ ଅଭିଯୋଗ ଉଠାଇଥିଲେ। ଏଥିରେ ଜାଭେଦ ଅଖତରଙ୍କ ନାଁ ମଧ୍ୟ ସେ ନେଇଥିଲେ। ସେ କହିଥିଲେ, ଜାଭେଦ ଅଖତର ତାଙ୍କୁ ଘରୁ ଡାକି ଧମକାଇବା ସହ ହ୍ରିତିକ ରୋଶନଙ୍କୁ କ୍ଷମା ମାଗିବାକୁ କହିଥିଲେ। ଏହାକୁ ନେଇ କଙ୍ଗନା ଆଇନର ଆଶ୍ରୟ ମଧ୍ୟ ନେଇଥିଲେ।
ପରେ ଜାଭେଦ ଏହି ମାମଲାକୁ ନେଇ କଙ୍ଗନାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଓକିଲଙ୍କ ମାଧ୍ୟମରେ ମେଟ୍ରୋପୋଲିଟନ ଅଦାଲତରେ ନିଜର ବୟାନ ରଖିଥିଲେ। ଏଥିସହ କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ମଧ୍ୟ ରୁଜୁ କରିଥିଲେ। ଏହା ପୂର୍ବରୁ ମଧ୍ୟ କଙ୍ଗନା ଅନେକ ଟିଭି ସାକ୍ଷାତକାରରେ ଜାଭେଦଙ୍କୁ ଟାର୍ଗେଟ କରିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା କଙ୍ଗନାଙ୍କ ବିରୋଧରେ ୪ଟି ମାମଲାରେ କେସ୍ ରୁଜୁ ହୋଇଛି।
The post ବଢ଼ିଲା କଙ୍ଗନାଙ୍କ ଅଡୁଆ, ତଦନ୍ତ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/3pccODg
No comments:
Post a Comment