ଶୀତ ଦିନେ କିଭଳି କରିବେ ଡାଏଟ୍ କଣ୍ଟ୍ରୋଲ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ଶୀତ ଦିନେ କିଭଳି କରିବେ ଡାଏଟ୍ କଣ୍ଟ୍ରୋଲ, ଜାଣନ୍ତୁ

ଶୀତ ଦିନେ ସମସ୍ତେ ନିଜ ଶରୀରକୁ ମେଣ୍ଟେନ କରିବା ଏବଂ ସୁସ୍ଥ ରଖିବା ପାଇଁ ଚାହାନ୍ତି । ଏଥିପାଇଁ ବ୍ୟାୟମ ମଧ୍ୟ କରନ୍ତୁ । କିନ୍ତୁ ଥଣ୍ଡା ଯୋଗୁଁ ଖାଦ୍ୟପେୟରେ ଧ୍ୟାନ ଦେଇନଥାନ୍ତି । ସମସ୍ତେ ଗରମ ଜିନିଷ ଖାଇବା ପାଇଁ ମନ କରନ୍ତି ଏବଂ ତେଳ ଛଣା ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି। ଏହାଦ୍ୱାର ଓଜନ ବଢ଼ିଥାଏ । ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଡାଏଟ କଣ୍ଟ୍ରୋଲ ହେବା ସହ ପାଟିକୁ ଟେଷ୍ଟ ମଧ୍ୟ ଲାଗିଥାଏ । ଏହି ସବୁ ଖାଦ୍ୟକୁ ଖାଲି ପେଟରେ ଖାଇବା ଦ୍ୱାର ଓଜନ ମଧ୍ୟ କମିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସବୁ ସେହି ଖାଦ୍ୟ ।

  • ଶୀତ ଦିନେ ସକାଳୁ ଉଠିବା ପରେ ଖାଲି ପେଟର ଉଷୁମ ପାଣି ଏବଂ ମହୁ ପିଅନ୍ତୁ । ମହୁରେ ମିନେରାଲ୍ସ, ଭିଟାମିନ, ଫ୍ଲେଭୋନୋଇଡସ ଏବଂ ଏଞ୍ଜାଇମ ଭରପୁର ମାତ୍ରାରେ ରହିଛି । ଏସବୁ ଜିନିଷ ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରୁ ସବୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଏହା ସହ ଓଜନ କମ କରିବାରେ ମଧ୍ୟ ଏହା ବେଶ ସହାୟକ ହୁଏ ।
  • ଆଲମଣ୍ଡରେ ଭିଟାମିନ-ଇ, ପ୍ରୋଟିନ, ଫାଇଭର, ଓମେଗା-୩ ଏବଂ ଓମେଗା-୬ ଫ୍ୟାଟି ଏସିଡ ଥାଏ । ଆଲମଣ୍ଡକୁ ପ୍ରତିଦିନ ରାତିରେ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଉଚିତ । ଅଲମଣ୍ଡ ଶାରୀରକୁ ଗରମ ରଖେ ଏବଂ ଶାରୀରକୁ ଯେତିକି ପ୍ରୋଟିନ ଆବଶ୍ୟକ ତାକୁ ପୂରଣ କରିବାରେ ସହାୟକ ହୋଇଥାଏ ।
  • ଜଳଖିଆ କରିବା ପୂର୍ବରୁ ଖାଲି ପେଟରେ ଏକ ମୁଠି ଡ୍ରାଏ ଫ୍ରୁଟସ ଖାଇବା ଉଚିତ, ଏହାଦ୍ୱାରା ପେଟ ସଫା ହୋଇଥାଏ । ଏହା ଖଇବା ଦ୍ୱାରା ପାଚନକ୍ରିୟା ସୁସ୍ଥ ହେବା ସହ ପେଟର ପିଏଚ ସ୍ତର ସାମାନ୍ୟ ରହିଥାଏ । ଚର୍ବି ମଧ୍ୟ ଲାଗିନଥାଏ । ନିତିଦିନିଆ ଡାଏଟରେ ଡ୍ରାଏ ଫୁଡସ ସାମିଲ କରିବା ଉଚିତ । ଧ୍ୟାନ ରଖନ୍ତୁ, ଏହାକୁ ଅଧ‍କ ମାତ୍ରାରେ ଖାଆନ୍ତୁ ନାହିଁ, ନଚେତ ଡାଏଟ କଣ୍ଟ୍ରୋଲ ହେବା ବଦଳରେ ପୁରା ବିଗିଡି ଯିବ ।
  • ଓଟସ୍ ଠାରୁ ଭଲ ବ୍ରେକଫାଷ୍ଟ ଆଉ କିଛି ନୁହେଁ । ଯଦି ଆପଣ କମ କ୍ୟାଲୋରୀ ଯୁକ୍ତ ଏବଂ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ଖାଇବା ପାଇଁ ଚାହାନ୍ତି ତେବେ ନିଜ ନିତିଦିନିଆ ଖାଦ୍ୟରେ ଓଟସକୁ ସାମିଲ କରିପାରିବେ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟତ ହୁଏ ଏବଂ ଅନ୍ତନଳୀକୁ ସୁସ୍ଥ ରଖେ । ଓଟସ୍ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ଭୋକ ଲାଗେ ନାହିଁ ‍ଏବଂ ଓଜନ କଣ୍ଟ୍ରୋଲରେ ରୁହେ ।
  • ଅନ୍ତନଳୀକୁ ସଫା କରିବା ଦ୍ୱାରା ପାଚିଲା ଭଣ୍ଡ ପେଟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ପାଚିଲା ଭଣ୍ଡାକୁ ସୁପରଫୁଡ ବୋଲି ମଧ୍ୟ କୁହାଯାଏ । ଏହା ଖୁବ ସହଜରେ ବଜାରରେ ମିଳିଯାଏ । ଏହାକୁ ଆପଣ ପ୍ରତିଦିନ ନିଜ ବ୍ରେକଫାଷ୍ଟରେ ସାମିଲ କରିପାରିବେ । ପାଚିଲା ଭଣ୍ଡା କୋଲେଷ୍ଟ୍ରୋଲ କମ କରିବା ସହ ହୃଦ୍ ରୋଗ ଜନିତ ସମସ୍ୟାକୁ ଦୂର କରିଥାଏ । ଓଜନ କମ କରିବାରେ ମଧ୍ୟ ପାଚିଲା ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
  • ଆଲମଣ୍ଡ ଭଳି ଅଖରୋଟକୁ ମଧ୍ୟ ଭିଜାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଶୁଖିଲା ବଦଳରେ ଭିଜା ଅଖରୋଟରେ ଅଧିକ ପୋଷକ ତତ୍ତ୍ୱ ଥାଏ । ତେଣୁ ପ୍ରତିଦିନ ୨ରୁ ୩ଟି ଅଖରୋଟ ରାତିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଉଚିତ । ଏହାଦ୍ୱାରା ଡାଏଟ କଣ୍ଟ୍ରୋଲ ରହିବା ସହ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳଥାଏ ।

The post ଶୀତ ଦିନେ କିଭଳି କରିବେ ଡାଏଟ୍ କଣ୍ଟ୍ରୋଲ, ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/3na3gsc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages