ରୋହିତଙ୍କ ସମକକ୍ଷ ହେଲେ ବିରାଟ୍‌ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ରୋହିତଙ୍କ ସମକକ୍ଷ ହେଲେ ବିରାଟ୍‌ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ପୁଣି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟ୍ ଅର୍ଥାତ୍ ଟି-୨୦ରେ କୋହଲି ସର୍ବାଧିକ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ କୋହଲି ନିଜର ୨୫ତମ ଅର୍ଦ୍ଧଶତକ ପୂରଣ କରିବା ସହ ଏହି ଉପଲବ୍ଧି ହାସଲ କରିଛନ୍ତି। ଏଥିସହ ସେ ରୋହିତ୍ ଶର୍ମାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ରୋହିତଙ୍କ ନାଁରେ ମଧ୍ୟ ଟି-୨୦ରେ ୨୫ଟି ଅର୍ଦ୍ଧଶତକ ରହିଛି। ରୋହିତ୍ ୧୦୦ ଇନିଂସ୍ ଖେଳି ଏହି ମାଇଲଖୁଣ୍ଟ ହାସଲ କରିଥିବା ବେଳେ କୋହଲି ମାତ୍ର ୭୯ ଇନିଂସ ଖେଳି ନିଜ ନାଁରେ ରେକର୍ଡ କରିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ରହିଛନ୍ତି। ୱାର୍ଣ୍ଣର୍ ୧୯ ଅର୍ଦ୍ଧଶତକ ସହ ତୃତୀୟ ଏବଂ ଆୟର୍ଲ୍ୟାଣ୍ଡର ପଲ୍ ଷ୍ଟର୍ଲିଙ୍ଗ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା। ତେବେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିସାରିଥିବା ଭାରତ ୨-୧ରେ ସିରିଜ୍ ହାତେଇବାରେ ସଫଳ ହୋଇଛି। ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ୧୭ ତାରିଖରୁ ଆଡିଲେଡରେ ଖେଳାଯିବ। ଦିବାରାତ୍ର ବିଶିଷ୍ଟ ହେବାକୁ ଏହି ମ୍ୟାଚରେ ଭାରତ ତା’ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ବିନା ଖେଳିବ। ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଟେଷ୍ଟରେ ତା’ର ନିୟମିତ ଓପ୍ନର ଡେଭିଡ୍‌ ୱାର୍ଣ୍ଣରଙ୍କ ବିନା ମଇଦାନକୁ ଓହ୍ଲାଇବ।

The post ରୋହିତଙ୍କ ସମକକ୍ଷ ହେଲେ ବିରାଟ୍‌ କୋହଲି appeared first on Odisha Reporter.



from Odisha Reporter https://ift.tt/372XNOb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages