ଭଦ୍ରକ(ପାର୍ଥ ସାରଥୀ ନାୟକ): ସନ୍ତାନ ଜନ୍ମର ୨ ଦିନ ପରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଘରୋଇ ନର୍ସିଂ ହୋମରେ ଦେଖାଦେଇଛି ଉତ୍ତେଜନା। ନବଜାତ କନ୍ୟା ସୁରକ୍ଷିତ ଥିବା ବେଳେ ଚିକିତ୍ସାରେ ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଭଦ୍ରକ ସହରର ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ ନାମରେ ଏପରି ସାଂଘାତିକ ଅଭିଯୋଗ ଆସିଛି । ତିହିଡି ଥାନା କୋହ୍ଲ ଅଞ୍ଚଳର ଅର୍ଚ୍ଚନା ନାମ୍ନୀ ଗର୍ଭବତୀଙ୍କୁ ପ୍ରସବ ପାଇଁ ଏହି ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ୮ ତାରିଖରେ ସେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ।
ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ବେଳେ ଏହାପରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲ। ପରିବାର ଲୋକେ କହିବା ସତ୍ତ୍ୱେ ଠିକ୍ ଚିକିତ୍ସା ସୁବିଧା ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏପରିକି କଟକ ରେଫର କରିବାକୁ କହିବା ସତ୍ତ୍ୱେ ଡାକ୍ତର ଛାଡ଼ି ନ ଥିଲେ। ଫଳରେ ଚିକିତ୍ସାରେ ଅବହେଳା ହେବା ଯୋଗୁ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଲୋକେ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଟାଉନ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି ।
The post ସନ୍ତାନ ଜନ୍ମର ୨ ଦିନ ପରେ ଆଖି ବୁଜିଲେ ପ୍ରସୂତି, ଉତ୍ତେଜନା appeared first on Odisha Reporter.
from Odisha Reporter https://ift.tt/3oHUu51
No comments:
Post a Comment