ବାହା ହୋଇ ବର ଗଛରେ ଝୁଲିପଡ଼ିଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 30, 2020

ବାହା ହୋଇ ବର ଗଛରେ ଝୁଲିପଡ଼ିଲେ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଁରେ ସମସ୍ତେ ଜାଣିଥିଲେ ସେମାନେ ପରସ୍ପରକୁ ଭଲ ପାଉଛନ୍ତି। କିନ୍ତୁ ଆଜି ସକାଳ ପାହିଲା ବେଳକୁ ଗାଁ ବରଗଛରେ ସେମାନଙ୍କ ଝୁଲନ୍ତା ମୃତଦେହ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍‌ଭି-୪୨ରେ।

ଝିଅଟିର ଘର ଏମ୍‌ଭି-୪୨ରେ। ପୁଅଟିର ଘର ଏମ୍‌ଭି-୯ରେ। ଝିଅଟି ନାବାଳିକା ବୋଲି କୁହାଯାଉଛି। ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ଗାଁ ଲୋକଙ୍କ କହିବା ଅନୁଯାୟୀ, ସେମାନେ ପରସ୍ପରକୁ ଭଲ ପାଉଥିଲେ। ଝିଅଟିର ମଥାରେ ସିନ୍ଦୂର ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ଗାଁ ନିକଟ ମନ୍ଦିରରେ ଗତକାଲି ରାତିରେ ବିବାହ କରି ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି, ତାହା ଜଣାପଡ଼ିନି। ଉଭୟ ଝିଅ ଓ ପୁଅର ପରିବାର ଲୋକେ ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଦୁଇଟିକୁ ଗଛରୁ ଓହ୍ଲା ଯାଇଛି। ସେମାନଙ୍କ ବେକରେ ଗାମୁଛା ବନ୍ଧା ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ଏହା ସହିତ ଘଟଣାର ଛାନଭିନ ଆରମ୍ଭ କରିଛି ପୁଲିସ୍।

The post ବାହା ହୋଇ ବର ଗଛରେ ଝୁଲିପଡ଼ିଲେ! appeared first on Odisha Reporter.



from Odisha Reporter https://ift.tt/3812jgH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages