ହରିୟାଣା ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 30, 2020

ହରିୟାଣା ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା

ଚଣ୍ଡିଗଡ଼: ହରିୟାଣାରେ କ୍ଷମତାସୀନ ବିଜେପି ଓ ଜେଜେପି ମେଣ୍ଟକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ ନଗର ପୌରପାଳିକା ନିର୍ବାଚନରେ ତିନୋଟିରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି ବିଜେପି। ରବିବାର ଅମ୍ବାଲା, ପଞ୍ଚକୁଲା ଓ ସୋନିପତ ସହରରେ ମେୟର ଆସନ ପାଇଁ ନିର୍ବାଚନ ହୋଇଥିଲା। ପଞ୍ଚକୁଲା ଆସନ ଜିତିବା ପାଇଁ ବିଜେପିକୁ ସଂଘର୍ଷ କରିବାକୁ ପଡ଼ିଥିବା ବେଳେ କଂଗ୍ରେସ ଓ ହରିୟାଣା ଜନ ଚେତନା ପାର୍ଟି ଯଥାକ୍ରମେ ସୋନିପତ୍ ଓ ଅମ୍ବାଲାରେ ବିଜୟ ହାସଲ କରିଛନ୍ତି। ପ୍ରଥମଥର ଲାଗି ତିନୋଟି ସହରରେ ମେୟର ପଦବୀ ଲାଗି ସିଧାସଳଖ ନିର୍ବାଚନ ହୋଇଛି। ହରିୟାଣାରେ ଦୁଇବର୍ଷ ତଳେ ୫ଟି ସହରରେ ହୋଇଥିବା ପୌରପାଳିକା ନିର୍ବାଚବରେ ବିଜେପିକୁ ବିଜୟ ମିଳିଥିଲା।

ବିଜେପି ୨୦୧୮ରେ ହିସାର, କର୍ନାଲ, ପାନିପତ୍, ରୋହତକ ଓ ଯମୁନାନଗରରେ ହୋଇଥିବା ମେୟର ନିର୍ବାଚନରେ ବିଜୟୀ ହୋଇଥିଲା। ଚଳିତ ବର୍ଷ ନଭେମ୍ବରରେ କ୍ଷମତାସୀନ ମେଣ୍ଟ ସୋନିପରେ ବରୋଦା ବିଧାନସଭା ଉପନିର୍ବାଚନରେ ପରାଜୟର ସାମ୍ନା କରିଥିଲା, ଯାହା ପାର୍ଟି ପାଇଁ ବଡ଼ ଝଟକା ଥିଲା। ଏହି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା।

ଅମ୍ବାଲା ମେୟର ଆସନ ପାଇଁ ହୋଇଥିବା ନିର୍ବାଚନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ପତ୍ନୀ ଓ ହରିୟାଣା ଜନଚେତନା ପାର୍ଟି (HJCP)ର ପ୍ରାର୍ଥୀ ଶକ୍ତି ରାଣୀ ଶର୍ମା ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବନ୍ଦନା ଶର୍ମାଙ୍କୁ ୮୦୮୪ ଭୋଟରେ ହରାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ବିଜେପିର କୁଲଭୂଷଣ ଗୋୟଲ ପଞ୍ଚକୁଲାରେ ନୂଆ ମେୟର ହେବେ। ସେ କଂଗ୍ରେସର ଉପିନ୍ଦର କୌରଙ୍କୁ ୨୦୫୭ ଭୋଟରେ ହରାଇଛନ୍ତି। ପଞ୍ଚକୁଲାରେ ୧୩୩୩ ମତଦାତା ନୋଟା ବିକଳ୍ପକୁ ବାଛିଛନ୍ତି।

ସୋନିପତରେ କଂଗ୍ରେସ ମେୟର ଆସନ ଜିତିଛି। ପାର୍ଟିର ନିଖିଲ ମଦାନ ବିଜେପିର ଲଲିତ ବାତ୍ରାଙ୍କୁ ୧୩୮୨୮ ଭୋଟରେ ପରାସ୍ତ କରିଛନ୍ତି। ତିନୋଟି ଯାକ ସହରରେ ମଧ୍ୟ ୱାର୍ଡ ମେମ୍ବର ଆସନ ପାଇଁ ନିର୍ବାଚନ ହୋଇଥିଲା। ରେୱାଡିରେ ମୁନିସିପାଲ କାଉନସିଲ୍ ଅଧ୍ୟକ୍ଷ ଓ ସଦସ୍ୟ ପାଇଁ ମତଦାନ ହୋଇଥିବା ବେଳେ ସାମ୍ପଲା (ରୋହତକ), ଧାରୁହେଡ଼ା (ରେୱାଡି) ଓ ଉକାଲାନା (ହିସାର)ରେ ମ୍ୟୁନିସିପାଲ୍ କମିଟି ପାଇଁ ମତଦାନ ହୋଇଥିଲା।

ଅମ୍ବାଲାରେ ବିଜେପି ୨୦ଟି ଆସନରୁ ୮ଟିରେ ବିଜୟୀ ହୋଇଥିବା ବେଳେ HJCP ୭ଟି, କଂଗ୍ରେସ ୩ଟି ଓ ହରିୟାଣା ଡେମୋକ୍ରାଟିକ୍ ଫ୍ରଣ୍ଟ ୨ଟି ଆସନରେ ବିଜୟୀ ହୋଇଛି। ସେହିପରି ସୋନିପତରେ ବିଜେପି ୧୦ଟି ୱାର୍ଡରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସକୁ ୯ଟି ଆସନ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଆସନ ମିଳିଛି। ପଞ୍ଚକୁଲାରେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୯ ଓ ୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଜେଜେପି ଦୁଇଟିରେ ବିଜୟ ଲାଭ କରିଛି। ରେୱାଡି ନଗରପାଳିକା ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବିଜେପିର ପୁନମ ଯାଦବ ବିଜୟୀ ହୋଇଛନ୍ତି।

The post ହରିୟାଣା ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା appeared first on Odisha Reporter.



from Odisha Reporter https://ift.tt/3rGvzkm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages