ନୂଆ ବର୍ଷର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 31, 2020

ନୂଆ ବର୍ଷର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦୁନିଆରେ ନୂଆ ବର୍ଷର ଉତ୍ସବ ମନାଯାଉଛି। ଭାରତରେ ମଧ୍ୟ ନୂଆ ବର୍ଷର ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଟି ଲୋକ ନିଜ ନିଜର ଉପାୟରେ ନୂଆ ବର୍ଷ ପାଳନ କରୁଛି। ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ନୂଆ ବର୍ଷରେ ଦେଶବାସୀଙ୍କ ସୁସ୍ଥ ଓ ସୁରକ୍ଷିତ କାମନା କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ବର୍ଷଟି ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଓ ସମୃଦ୍ଧି ହେଉ ବୋଲି କାମନା କରିଛନ୍ତି।

ନୂଆ ବର୍ଷ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଲେଖିଛନ୍ତି, ନୂଆ ବର୍ଷର ହାର୍ଦ୍ଦିକ ବଧେଇ ଓ ଶୁଭକାମନା। ନୂଆ ବର୍ଷ ଏକ ନୂଆ ଆରମ୍ଭ କରିବାର ସୁଯୋଗ ହୋଇଥାଏ ଏବଂ ବ୍ୟକ୍ତିଗତ ଓ ସାମୂହିକ ବିକାଶର ସଂକଳ୍ପକୁ ଶକ୍ତି ଦେଇଥାଏ। କୋଭିଡ୍-୧୯ କାରଣରୁ ଉତ୍ପନ୍ନ ହୋଇଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବାର ସମୟ ଏବଂ ଆମ ସମସ୍ତଙ୍କ ପାଇଁ ଏକାଠି ହୋଇ ଆଗକୁ ବଢ଼ିବାର ସମୟ।

ରାଷ୍ଟ୍ରପତି ଆଉ ଏକ ଟୁଇଟରେ ଲେଖିଛନ୍ତି, ଆସନ୍ତୁ ଆମେ ସମସ୍ତେ ମିଶି ପ୍ରେମ ଓ କରୁଣାର ଭାବନାରେ ଏକ ଏଭଳି ସମାଜ ଗଠନ କରିବା, ଯେଉଁଠାରେ ଶାନ୍ତି ଓ ସଦଭାବନାକୁ ଅଗ୍ରାଧିକାର ମିଳିବ। ମୋର ଏତିକି କାମନା ଯେ ଆପଣ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହିବା ସହ ନୂଆ ଶକ୍ତି ଉଜାଗର କରି ଦେଶର ପ୍ରଗତିରେ ହାତ ବଢ଼ାନ୍ତୁ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ସମସ୍ତଙ୍କୁ ୨୦୨୧ ବର୍ଷର ହାର୍ଦ୍ଦିକ ଶୁଭକାମନା। ଏହି ବର୍ଷ ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଓ ସମୃଦ୍ଧି ଆଣୁ। ବର୍ଷଟି ସମସ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁ।

The post ନୂଆ ବର୍ଷର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3504rmZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages