ଚାଇନାରେ ପ୍ରବେଶ କଲା କରୋନାର ନୂଆ ରୂପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 31, 2020

ଚାଇନାରେ ପ୍ରବେଶ କଲା କରୋନାର ନୂଆ ରୂପ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଚାଇନାରେ ପ୍ରବେଶ କରିଛି। ବ୍ରିଟେନରୁ ଫେରିଥିବା ୨୩ ବର୍ଷୀୟ ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି। ଚାଇନାରେ ଚିହ୍ନଟ ହୋଇଥିବା ମହିଳା ଜଣକ ବ୍ରିଟେନରୁ ଫେରିଥିଲେ, ଯାହା ପରେ ସେ ଡିସେମ୍ବର ୧୪ ତାରିଖରେ ଟେଷ୍ଟ କରାଇଥିଲେ। ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ତାଙ୍କୁ ଏବେ କ୍ୱାରେଣ୍ଟାଇନ୍ କରିଦିଆଯାଇଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଯାଞ୍ଚ କରାଯାଉଛି।

କରୋନାଭାଇରସ ମହାମାରୀର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାରେ ଏବେ କରୋନାର ନୂଆ ରୂପ ଆସିବା ପରେ ଏବେ ସେଠାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ କରୋନାର ଏହି ନୂଆ ରୂପ ଚାଇନାରେ କେତେ ମାରାତ୍ମକ ହେବ, ତା’ର ଅନୁମାନ କରାଯାଇନାହିଁ। କିନ୍ତୁ ଏହି ନୂଆ ରୂପକୁ ଚାଇନା ସରକାର ସଜାଗ ହୋଇପଡ଼ିଛନ୍ତି।

କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସିବା ଦିନଠାରୁ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳିଛି। ବୈଜ୍ଞାନିକଙ୍କ ମୁତାବକ, ଏହି ନୂଆ ଷ୍ଟ୍ରେନ୍ ମୂଳ ଭାଇରସ୍ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରମିତ। ତେଣୁ ଏହାକୁ ହାଲୁକା ଭାବେ ନେବା ପାଇଁ ବୈଜ୍ଞାନିକ ଭାବେ ଚେତାବନୀ ଦେଇଛନ୍ତି।

The post ଚାଇନାରେ ପ୍ରବେଶ କଲା କରୋନାର ନୂଆ ରୂପ appeared first on Odisha Reporter.



from Odisha Reporter https://ift.tt/2WYy8jA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages